Atm

ସାମ୍ନାକୁ ଆସିଲା ଏଟିଏମ୍ ଲୁଟେରା ଦୀପକ କୁମାରର ସିସିଟିଭି ଫୁଟେଜ୍, ଅଭିନବ ଉପାୟରେ କରୁଥିଲା ଲୁଟ୍

State

ଭୁବନେଶ୍ୱର: ରାଜଧାନୀରେ ରାତିଅଧରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଗୁଳି । ବିଳମ୍ବିତ ରାତିରେ ଭୁବନେଶ୍ୱର ବଡଗଡରେ ହୋଇଛି ଏନକାଉଣ୍ଟର । ଏଟିଏମ ଲୁଟ୍ ବେଳେ ଏନକାଉଣ୍ଟର କରିଛି ପୋଲିସ୍ ।

ରାଜଧାନୀରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର । ଦୀପକର ବାମ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି । ବଡଗଡ ଥାନା ଅଞ୍ଚଳର ଏକ ଏଟିଏମ୍ ଲୁଟ୍ ପାଇଁ ଆସିଥିବା ବେଳେ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲା ଦୀପକ । ଫେରାର୍ ପାଇଁ ଉଦ୍ୟମ କରିବାବେଳେ ପ୍ରଥମେ ଦୀପକ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ଜବାବରେ ପୋଲିସ୍ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା ।

ଦୀପକର ଘର ବିହାରରେ । ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିଲା । ବିଭିନ୍ନ ଥାନାରେ ଦୀପକ ନାଁରେ ରହିଛି ଅନେକ ମାମଲା । ଦୀପକର ଦୁଇ ସହଯୋଗୀ ଦୀପକ ପାଣ୍ଡେ ଓ ଅଭିଷେକ ସିଂହ ଫେରାର ହେବାକୁ ଉଦ୍ୟମ ବେଳେ ଧରାପଡ଼ିଛନ୍ତି । ଏମାନଙ୍କ ନାଁରେ ବିହାରରେ ୨ଟି, ଝାଡ଼ଖଣ୍ଡରେ୧, ପୁରୀରେ ଓ ଭୁବନେଶ୍ୱରରେ ଦୁଇ ଦୁଇଟି ମାମଲା ରହିଛି । କେମିତି ଲୁଟୁଥିଲେ ଏଟିଏମ୍ ସିସିଟିଭିରେ କଏଦ ହୋଇଛି ଏମାନଙ୍କ କଳାକାରନାମା ।

ସିସିଟିଭି ଫୁଟେଜରେ ଯାହା ସାମ୍ନାକୁ ଆସିଛି ଏଟିଏମ୍ ଲୁଟେରା ଦୀପକ କୁମାର ଗତକାଲି ପୁରୀର କୁମ୍ଭାରପଡ଼ା ଥାନା ଅଂଚଳର ଏସବିଆଇ ଏଟିଏମ୍ ରୁ ଅଭିନବ ଉପାୟରେ ଲୁଟ୍ କରିଥିଲା । ଏଟିଏମ୍ ରେ ଏକ ସ୍ଵତନ୍ତ୍ର ଅଠା ଲଗାଇଥିଲା । ଫଳରେ ଗ୍ରାହକ ଏଟିଏମ୍ ରୁ ଟଙ୍କା ଉଠାଇବାକୁ ଗଲା ବେଳେ ଟଙ୍କା ଆସୁନଥିଲା । ପରେ ସେହି ଟଙ୍କାକୁ ଦୀପକ ଉଠାଇ ଚମ୍ପଟ୍ ମାରୁଥିଲା ।

ଏପଟେ ଏହି ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଁଚି ଯାଞ୍ଚ କରିବା ସହ ଘଟଣାସ୍ଥଳରେ ବନ୍ଧୁକ, ଖୋକା ପଡିଥିବାର ଦେଖିବାକୁ ମିଳିଥିଲା । ଗାଡି ମଧ୍ୟ ସେଠାରେ ରହିଥିଲା । ଗାଡ଼ିର ଆଗ ସିଟରେ ତିନୋଟି ମୋବାଇଲ, ଆଠଟି ଏଟିଏମ୍ କାର୍ଡ ମନି ପର୍ଶ ଜବତ କରାଯାଇଛି । ପଛ ସିଟ ରୁ ଦୁଇଟି ମୋବାଇଲ ମିଳିଛି । ଦୀପକ କୁମାର ଯେଉଁ ବନ୍ଧୁକରୁ ପୋଲିସ ଉପରକୁ ଗୁଳି କରିଥିଲା ତାକୁ ମଧ୍ୟ ଯାଞ୍ଚ କରାଯାଉଛି ।ଏହା ସହ କାର୍ ର ଡିକିରୁ ବ୍ୟାଗ୍ ରେ କିଛି ପୋଷାକ ମଧ୍ୟ ମିଳିଛି ।

ଥମିବାର ନାଁ ନେଉନି ଲୁଟେରାଙ୍କ ଆତଙ୍କ । ଏବେ ଖାସ୍ କରି ମାତିଛନ୍ତି ଏହି ଏଟିଏମ ଲୁଟେରା । ଦିନକୁ ଦିନ ବଢ଼ିଚାଲିଛି ଏମାନଙ୍କ ଉତ୍ପାତ୍‌ । ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଚମ୍ପଟ ମାରୁଛନ୍ତି । ହେଲେ ଏମାନଙ୍କ ରାଜୁତି କେତେ ଦିନ୍? ଶେଷରେ କୁଖ୍ୟାତ ଏଟିଏମ୍ ଚୋର ଗ୍ୟାଙ୍ଗ ଧରାପଡ଼ିଛି । ସ୍ପେଶାଲ୍ ସ୍କ୍ୱାର୍ଡ ଏହି ଗ୍ୟାଙ୍ଗକୁ ପୁରୀରୁ ଫେରିବା ବେଳେ ଗୋଡାଇ ଗୋଡାଇ ଧରିଛି ।