Pistol 1

ଦୁର୍ଦ୍ଦାନ୍ତ ଅପରାଧୀ ସେକ ସୁନା ଗିରଫ, ମାଉଜର ସହ ଜୀବନ୍ତ ଗୁଳି ଜବତ

State

କଟକ :  ଦୁର୍ଦ୍ଦାନ୍ତ ଅପରାଧୀ ସେକ ସୁନା ଗିରଫ । ଅପରାଧ ଘଟାଇବାକୁ ଯାଉଥିବା ବେଳେ ଧରିଲା ମର୍କତନଗର ଥାନା ପୋଲିସ । ତା ନିକଟରୁ ଏକ ମାଉଜର ସହ ଜୀବନ୍ତ ଗୁଳି ଜବତ କରିଛି କଟକ କମିଶନରେଟ ପୋଲିସ ।  ଦୁଇଟି ଜୀବନ୍ତ ବୋମା ମଧ୍ୟ ଜବତ ହୋଇଛି । ସେକ ସୁନା ନାମରେ କଟକର ବିଭିନ୍ନ ଥାନାରେ ରହିଛି ୧୧ ଟି ମାମଲା । ସେକ ସୁନାର ସହଯୋଗୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ଋଶିକେଶ ଖିଲାରୀ । ଜୀବନ୍ତ ବୋମା ମଧ୍ୟ ଜବତ।