କୋରାପୁଟ: ସୁଉଚ୍ଚ ପର୍ବତମାଳା ପ୍ରାକୃତିକ ପରିବେଶ ପୁଣି ଥରେ ଆକର୍ଷିତ କରିଛି ସାଉଥ ଇଣ୍ଡଷ୍ଟ୍ରି କୁ l ଦେଓମାଳୀ ଶିଖରରେ ଦକ୍ଷିଣ ଭାରତୀୟ ସିନେ ପ୍ରଯୋଜକ ରାଜା ମଉଲି l ଯାହା ଏବେ ଖୁବ୍ ଚର୍ଚ୍ଚାରେ । ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ସାଉଥ ମୁଭି ପ୍ରସ୍ତୁତ ହେଉଛି ସୁଟିଂ ସେଟ l ୨୫ ଦିନ ପର୍ଯ୍ୟନ୍ତ ବୁକିଙ୍ଗ ହୋଇ ସାରିଛି ଦେଓମାଳୀ ଇକୋ ରିଟ୍ରିଟ । ତେବେ ଏଥର ଆକର୍ଷଣ ସୁପ୍ପରଡୁପ୍ପର ଫିଲ୍ମ ଭେଟି ଦେଇଥିବା ଚଳଚିତ୍ର ନିର୍ଦେଶକ ରାଜା ମଉଲିଙ୍କ ଟିମ l
ସାଉଥ ସୁପର ଷ୍ଟାର ମହେଶ ବାବୁ ଓ ବଲିଉଡ ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିବା ଆଶଙ୍କା l ଫିଲ୍ମ ସୁଟିଂ ପାଇଁ ସିମିଲିଗୁଡା ବ୍ଲକ ତଳମାଳିରେ ରାଜା ମଉଲିଙ୍କ ଟିମ ଏକ ପ୍ରକାର ସେଟ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି l କଡା ସୁରକ୍ଷା ବଳୟ ଭିତରେ ଵର୍ତ୍ତମାନଠୁ ତାଳାମାଳୀ ଓ ଦେଓମାଳୀ ଥିବା ବେଳେ ପାଖାପାଖି ୧୦୦୦କୋଟି ବ୍ୟୟ ଅଟକଳରେ SSMB29 ଫିଲ୍ମ ତିଆରି ଆରମ୍ଭ ହେବାକୁ ଯାଉଛି l କୋରାପୁଟରେ ସାଉଥ ଇଣ୍ଡଷ୍ଟ୍ରିର ଏଭଳି ଆଗମନ ଭବିଷ୍ୟତରେ ଜିଲ୍ଲା ପର୍ଯ୍ୟଟନ ଓ ଆର୍ଥିକ ବିକାଶରେ ସକ୍ରିୟ ହେବା ସମ୍ଭାବନା ସୃଷ୍ଟି କରିଥିବା କହିଛନ୍ତି ବୁଦ୍ଧିଜୀବି l
ପ୍ରlକୃତିକ ପରିବେଶ ଭରା କୋରାପୁଟ ଜିଲ୍ଲାରେ ଫିଲ୍ମ ସୁଟିଂ ଖାସ କରି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର କିଛି ନୁଆ କଥା ନୁହେଁ,, ଅତୀତ ରେ ପୁଷ୍ପା ୨ ଓ ଘାଟି ଭଳି ଦକ୍ଷିଣ ଭାରତୀୟ ଚଳଚିତ୍ର ମାଲକାନଗିରି ଓ କୋରାପୁଟ ରେ ସୁଟିଂ ସାରି ସଫଳତା ପାଇଛି l ଏମିତିକି ସ୍ଥାନୀୟ କିଛି କଳାକାରଙ୍କୁ ଅଭିନୟ ସୁଯୋଗ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବ୍ୟବସାୟିକ କ୍ଷେତ୍ରରେ ରୋଜଗାର ମାଧ୍ୟମ ଯୋଗେଇଦେଇଛି l କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନ କହିଛନ୍ତି ଜିଲ୍ଲା ପାଇଁ ଖୁସିର କଥା ସାଉଥ ଇଣ୍ଡଷ୍ଟ୍ରି ଲଗାତର ଭାବେ ଜିଲ୍ଲା ଭିଜିଟ କରି ସ୍ପଟ ସିଲେକ୍ସନ କରିଛନ୍ତି l ପ୍ରଶାସନ ଓ ପୋଲିସ ଚୁକ୍ତି ଅନୁସାରେ କଡା ସୁରକ୍ଷା ବ୍ୟବସ୍ଥା ସହ ପ୍ରସ୍ତୁତ ଥିବା ବେଳେ ପର୍ଯ୍ୟଟନ ଓ ବିଶ୍ୱ ସ୍ତରରେ ଫିଲ୍ମ ଟୁରିଜିୟମରେ ଆଗକୁ ଏହା ଏକ ସୁବର୍ଣ୍ଣ ସୁଯୋଗ l ପଟାଙ୍ଗି ବିଧାୟକ କହନ୍ତି ଏହା ଜିଲ୍ଲା ପାଇଁ ଶୁଭଙ୍କର କଥା ଯାହା ବିକାଶର ଏକ ନୁଆ ରାସ୍ତା l