Child 1

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ

State

ବଣାଇ: ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ। ଡାକ୍ତରଖାନାରେ କଟରରେ ଗରାକୁ କାଟି ବାହାର ଗଲା ଶିଶୁରୁ ମୁଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜାଙ୍ଗଳା ଗାଁରେ ଘଟିଛି ଏପରି ଘଟଣା ।

ସୂଚନା ଅନୁସାରେ ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର ୪ବର୍ଷର ଶିଶୁ ପୁତ୍ର ଶୁଭମ ଘରେ ଖେଳୁ ଖେଳୁ ଷ୍ଟିଲ ଗରାରେ ମୁଣ୍ଡ ପଶି ଯାଇଥିଲା । ପରିବାର ଲୋକ ମୁଣ୍ଡରୁ ଗରା ବାହାର କରିବା ପାଇଁ ବହୁ ଚେଷ୍ଟା କଲେ ସୁଦ୍ଧା ଷ୍ଟିଲ ଗରାଟି ଆଉ ନ ବାହାରି ନଥିଲା । ଏହାପରେ ଶିଶୁଟିକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଷ୍ଟିଲ ଗରାଟି ମୁଣ୍ଡରୁ ବାହାରି କରିବା ପାଇଁ ନାକେଦମ ହେବାକୁ ପଡ଼ିଥିଲା । ରାଉରକେଲା ନେବା ପାଇଁ ବାହାରୁ ଥିବା ବେଳେ ଦାୟିତ୍ବରେ ଥିବା ଡାକ୍ତର ପ୍ରଭାତ ରଞ୍ଜନ ସିଂ, ବୀରେନ୍ଦ୍ର ନାଏକ କଇଁଚି ଓ କଟର ସାହାଯ୍ୟରେ ଗରାକୁ କାଟି ଶିଶୁକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଶିଶୁ ସୁସ୍ଥ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।