ବାରିପଦା: ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଏମ୍ ଡି ଏମ୍ ପାଚିକା ସହାୟିକା ସଂଘ, ଶୁକୃଳି ବ୍ଲକ୍ କମିଟି ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି। ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା,୧୦ ମାସ ପରିବର୍ତ୍ତେ ୧୨ ମାସର ପ୍ରାପ୍ୟ ଦେବା,ମାସିକ ୨୬ ହଜାର ଟଙ୍କା ମଜୁରୀ ପ୍ରଦାନ କରିବା,ଅବସର ବୟସ ୬୦ ପରିବର୍ତ୍ତେ ୬୨ ବର୍ଷ ଧାର୍ଯ୍ୟ କରିବା, ବାର୍ଷିକ ୧୫ ଦିନ ଛୁଟି ଦେବା, ଛାତ୍ର। ଛାତ୍ରୀ ସଂଖ୍ୟା ଭିତ୍ତିରେ ପାଚିକା ମାନଂକୁ ନିଯୁକ୍ତି, ବାର୍ଷିକ ଦୁଇ ହଳ ଶାଢ଼ୀ ପ୍ରଦାନ କରିବା ଇତ୍ୟାଦି ଦାବି ଉପସ୍ଥାପିତ କରାଯାଇଛି। ଏଆଇଟିୟୁସି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ବିକ୍ଷୋଭରେ ଯୋଗ ଦେଇ କହିଥିଲେ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଏମାନେ ମା ସୁଲଭ ଗୁଣରେ ସୂଚାରୁରୂପେ ଦୀର୍ଘ ବର୍ଷ ଧରି ସମ୍ପାଦନ କରିଆସୁଥିଲେ ସୁଦ୍ଧା, ଯାହାକି କେନ୍ଦ୍ରୀୟ ଯୋଜନା ଅନ୍ତର୍ଭୁକ୍ତ, ସେମାନଙ୍କର ନ୍ୟାଯ୍ୟ ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରିବା ଦୁର୍ଭାଗ୍ୟଜନକ। ଅନ୍ୟ ରାଜ୍ୟ ତୁଳନାରେ ଏମାନଙ୍କ ପାରିଶ୍ରମ ଅତି ନଗଣ୍ୟ। ସାମାଜିକ ସୁରକ୍ଷା ନାହିଁ। କ୍ରୟ ଶକ୍ତିର ଅଭାବ ଭଳି ସ୍ଥିତିରେ ସଢୁଥିବା ପାଚିକା ସହାୟିକା ମାନଂକ ଦାବି ପ୍ରତି ସରକାର ସହାନୁଭୂତିଶୀଳ ହେବା ଦରକାର। ସରକାରଙ୍କର ସମସ୍ତ ନୀତି ନିୟମ ମାନି ଆମେ ସୂଚାରୁରୂପେ କାର୍ଯ୍ୟ କରୁଥିଲେ ସୁଦ୍ଧା ଆମ ଦାବି ପ୍ରତି ସରକାର ଉଦାସୀନ ମନୋଭାବ ପୋଷଣ କରିଆସୁଛନ୍ତି ଏବଂ ସମସ୍ତ ଦାବି ପୂରଣ କରିବାକୁ ସମ୍ପାଦିକା ଭଗବତୀ ନାଏକ ଦାବି କରିଛନ୍ତି।ଡାହାଣୀଗାଡିଆ ଛକ ଠାରୁ ଶତାଧିକ ପାଚିକା ସହାୟିକାମାନେ ଶୋଭାଯାତ୍ରାରେ ଆସି ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାଥୀ ବିନତୀ ହେମ୍ବ୍ରମ, ତପସ୍ଵିନୀ ନାଏକ, ମଞ୍ଜରି ହେମ୍ବ୍ରମ, ଲକ୍ଷ୍ମୀ ନାଏକ, ରାସମଣୀ ଘଣା, ଶ୍ରୀମତୀ ହେମ୍ବ୍ରମ୍, ସରସ୍ଵତୀ ଜେରାଇ,ସଞୁଲତା ନାଏକ,ବେଜା ଜେରାଇ,ଜାଗରୀ ନାଏକ,ସୂଜନୀ ନାଏକ, ନମିତା ବାରିକ, ସସ୍ମିତା ନାଏକ,ସୁକେଶି ନାଏକ ପ୍ରମୁଖ ସାମିଲ ଥିଲେ |
