Img 20250307 Wa0178

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ସମାଜ ମଙ୍ଗଳ ବିଭାଗ ର ମିଳିତ ଆନୁକୂଲ୍ୟରେ ତା ୦୭|୦୩ ୨୦୨୫ ରିଖ ବାରିପଦା ସ୍ଥିତ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି | ବେଟି ବଚାଓ ବେଟି ପଢ଼ାଓ କାର‌୍ୟ୍ୟକ୍ରମର ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରରେ ବିଭିନ୍ନ କାର‌୍ୟ୍ୟକ୍ରମ ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇ ଆନ୍ତର୍ଜାତିକ ମହିଳା ଦିବସ ପର‌୍ୟନ୍ତ ଚାଲୁ ଅଛି | ଜିଲ୍ଲା ସ୍ତରୀୟ ଏହି କାର‌୍ୟ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସବିତା ମାଝି , ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ| ବିଜୟ କୁମାର ଦାସ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀମତୀ ଝୁନିଲତା ଭୂୟାଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ଥିବା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, ଖଉଉ ର ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ | କାର‌୍ୟ୍ୟକ୍ରମ ପ୍ରାରମ୍ଭରେ ଅଥିତି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର‌୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରାଯାଇଥିଲା | ବାରିପଦା ସ୍ଥିତ ଜଊଇଉ ଦ୍ୱାରା ପରିଚାଳିତ ଶକ୍ତି ସଦନ ର ଅନ୍ତେବାସୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା | କାର‌୍ୟ୍ୟକ୍ରମ ରେ ବାଳିକା ଶିକ୍ଷା, ମହିଳା ସଶକ୍ତି କରଣ ତଥା ନାରୀ ମାନେ କିପରି ଆତ୍ମନିର୍ଭରଶିଳ ହୋଇ ସମାଜରେ ଥିବା ଲିଙ୍ଗ ବୈଷମତା ଦୂର କରି ଏକ ପରିବର୍ତନ ଆଣି ପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା | କାର‌୍ୟ୍ୟକ୍ରମ ମାଧ୍ୟମରେ ପ୍ରତି ବ୍ଲକ ରୁ ଜଣେ ଲେଖାଏ ଅଙ୍ଗନବାଡି କର୍ମୀ ଙ୍କୁ ସମ୍ମାନିତ କରାଯାଇଥିଲା | ସେହିଭଳି ପୋଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବାରୁ ଜଣେ ସିଡିପିଓ, ଦୁଇଜଣ ସୁପରଭାଇଜର, ଚାରିଜଣ ଅଙ୍ଗନବାଡି କର୍ମୀ ଏବଂ ତିନିଜଣ ଅଙ୍ଗନବାଡି ସହାୟିକା ଙ୍କୁ ସମ୍ମାନିତ କରାଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଓଉଊଝ ର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଞ୍ଜଳି ଦାସ, ସୁକାନ୍ତି ସେଠି, ମିନତୀ ସାହୁ, ସାଲମଣି ସୋରେନ, ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଜୟଶ୍ରୀ ହୋତା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ| କାର‌୍ୟ୍ୟକ୍ରମରେ ଜିଲ୍ଲାର ଲୋକ ପ୍ରତିନିଧି, ଝଐଏ ସଦସ୍ୟଓ, କିଶୋରୀ ବାଳିକା, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ | କାର‌୍ୟ୍ୟକ୍ରମ କୁ ପରିଚାଳନା କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପୋଷଣ, ମହିଳା ହବ, ଚାଇଲଡ ଲାଇନ କର୍ମକର୍ତା ମାନେ ସହାୟତା କରିଥିଲେ | ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରକାଶ କୁମାର ବାରିକ କାଜ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାର‌୍ୟ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଞ୍ଜଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ |