Photo For The News Of Sauchalaya Innaguration

ବହୁ ପ୍ରତିକ୍ଷୀତ ଶୌଚାଳୟ ଚାବି ଖୋଲିଲା

State

ଆଗରପଡ଼ା :ଦୀର୍ଘଦିନର ପ୍ରତୀକ୍ଷା ପରେ ଆଗରପଡ଼ା ବଜାରରେ ନିର୍ମିତ ହୋଇଥିବା ଶୌଚାଳୟ ଏବଂ ଥଣ୍ଡାପାଳୀୟ ଜଳ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ବିଧାୟକ ସଞ୍ଜୀବ ମଲ୍ଲିକ ଏହାକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜିଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଜିଲାପରିଷଦ ସଭ୍ୟା ରୁନିତା ଦାସ , ବିଜେଡି ନେତା ପ୍ରଶାନ୍ତ ଦାଶ, ବିଜ୍ଞାନ ଭୂଷଣ ମହାନ୍ତି,ସତ୍ୟସାଧନ ବେଜ, ସମିତିସଭ୍ୟା ପଦ୍ମାବତୀ ନାଥଶର୍ମା, ସରପଂଚ ପ୍ରତିନିଧି ଦୀପକ ମହାନ୍ତି, ପଦ୍ମଲୋଚନ ନାଥଶର୍ମା, ବ୍ରଜମୋହନ ମହାନ୍ତି, ହିମାଦ୍ରୀ ମହାନ୍ତି, ସନ୍ତୋଷ ବାରିକ, ହରିହର ପାଣିଗ୍ରାହୀ, ମାନସ ପଟ୍ଟନାୟକ, ସୁକାନ୍ତ ଦାଶ, ସଞ୍ଜୟ ନାଥ, ମନୋଜ ନାରୟଣ ମହାନ୍ତି, ଲଲିତ ମହାନ୍ତି, ଗଜେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ପଂଚାୟତିରାଜ ଏବଂ ପାନୀୟଜଳ ବିଭାଗ ଅନୁଦାନରେ ପଂଚାୟତ ପକ୍ଷରୁ ଏହି ଶୌଚାଳୟ ଆର୍ଥକ ବର୍ଷ ୨୦୨୦-୨୧ରେ ଆଗରପଡ଼ା ବଜାରରେ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରି ନ ଥିଲା । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏବେ ଏହା କାର୍ଯ୍ୟକ୍ଷମ ହେବା ସହ ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ଏଥିସହ ଏହା ସଂଲଗ୍ନରେ ଏକ ଥଣ୍ଡାପାନୀୟ ଜଳ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଛି ।