El

ବାଇଡେନଙ୍କ ପାଇଁ ଫସିଛନ୍ତି ସୁନୀତା: ଏଲନ ମସ୍କ

National & International

ୱାସିଂଟନ ଡିସି: ମହାକାଶରୁ ସୁନୀତା ୱିଲିୟମସଙ୍କ ଫେରିବା ପଛରେ ବିଳମ୍ବକୁ ନେଇ ଏଲନ ମସ୍କଙ୍କ ବଡ଼ ବୟାନ । କହିଲେ ମହାକାଶଚାରୀଙ୍କ ଫେରିବାରେ ବିଳମ୍ବ ପଛରେ ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲ୍‌ ଥିଲା । ଦୁଇ ନାସା ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା ନାସା । ରାଜନୈତିକ କାରଣ ଯୋଗୁ ସୁନୀତା ଏବଂ ତାଙ୍କ ସହଯୋଗୀ ଇଣ୍ଟରନ୍ୟାସନାଲ ସ୍ଫେଶ ଷ୍ଟେସନରେ ଫଶି ରହିଛନ୍ତି ।

ଗତବର୍ଷ ଜୁନ ମାସରେ ଇଣ୍ଟରନ୍ୟାସନାଲ ସ୍ପେଶ ମିଶନରେ ମହାକାଶକୁ ଯାତ୍ରା କରିଥିଲେ ସୁନୀତା । ତାଙ୍କ ମହାକାଶ ଯାନ ବୋଇଙ୍ଗ ଷ୍ଟାରଲାଇନରେ ସ୍ପେଶ ଷ୍ଟେସନକୁ ଯାଇଥିଲା । ଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ୧୦ ମାସ ହେଲା ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ରହିଛନ୍ତି ସୁନୀତା । ଏଭଳି ସ୍ଥିତିରେ ରାଜନୀତି ଯୋଗୁ ସୁନୀତା ଫେରିପାରିନଥିବା କହିଛନ୍ତି ଏଲନ ମସ୍କ ।