Odisha Police Final Collage Make

ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଓଡ଼ିଶା ପୋଲିସ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ

State

ଭୁବନେଶ୍ବର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ । ମାର୍ଚ୍ଚ ୮ ଏବଂ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍‌ ବି ପରୀକ୍ଷା ସ୍ଥଗିତ କରାଯାଇଛି । ଓପିଆରବି ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନ୍ୟାଦେଶ ଯାଏ ସ୍ଥଗିତ ରଖାଯାଇଛି ।

ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି ।

ପରୀକ୍ଷାର୍ଥୀମାନେ ନୂଆ ତାରିଖ ଜାଣିବା ପାଇଁ ଓଡିଶା ପୁଲିସ ୱେବସାଇଟ ନିୟମିତ ଦେଖିବାକୁ ପରାମର୍ଶ ଦିଆଯାଇଛି ।