ପାରାଦୀପ : ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ । ୧୨ ଟି ବଡ଼ ବୋଟ୍ ଓ ୮ ରୁ ଉର୍ଦ୍ଧ୍ବ ଟାପା ଜଳି ଯାଇଛି । ମାଛଧରା ବନ୍ଦରରେ ରହିଛି ୬୫୦ ବଡ଼ ବୋଟ୍ ୪୦୦ ଟାପା । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ବୋଟ୍ ଗୁଡିକ ଫାଇବର କୋଟିଂ ଥାଏ । ସେହିପରି ବୋଟ୍ ରେ ଜାଲ , ଡିଜେଲ ଓ ଗ୍ୟାସ ଟାଙ୍କି ରହିଛି । ଏଥିପାଇଁ ନିଆଁ ଭୟଙ୍କର ରୂପ ନେଇଛି । ନିଆଁ କୁ ଆୟତ କରିବା କଷ୍ଟକର ହୋଇପଡିଛି ।
ପ୍ରଥମେ ୧ ନମ୍ବର ଜେଟ୍ଟି ରେ ଥିବା ଏକ ବୋଟ ରେ ନିଆଁ ଲାଗିଥିଲା । ପରେ ଏହା ବ୍ୟାପିବା ସହିତ ଅନ୍ୟ ବୋଟକୁ ବ୍ୟାପିବାରେ ଲାଗିଥିଲା । ଘଟଣାସ୍ଥଳରେ ୧୦ ରୁ ଉର୍ଦ୍ଧ ଇଫକୋ, ପାରାଦ୍ଵୀପ ବନ୍ଦର, ଆଇଓସିଏଲ, ପିପିଏଲ କମ୍ପାନୀର ଅଗ୍ନିଶମ ଗାଡ଼ି ସହିତ କୁଜଙ୍ଗ ଓ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଠା କରୁଛନ୍ତି । ପ୍ରତ୍ୟେକ ବୋଟ୍ ରେ ପାଖାପାଖି ୩ ହଜାର ଲିଟର ରୁ ଉର୍ଦ୍ଧ୍ୱ ଡିଜେଲ, ଜାଲ ଓ ଗ୍ୟାସ ସିଲିଣ୍ଡର ରହିଛି । ନିଆଁ ଲାଗିବା ପରେ ଗ୍ୟାସ ଟାଙ୍କି ଫାଟୁଥିବା ବେଳେ ଡିଜେଲ ଟାଙ୍କି ମଧ୍ୟ ଫାଟି ଯାଇ ନିଆଁ କୁ ବଢ଼ାଇବାରେ ଲାଗିଛି ।