Subhadra Scheme Db282fd1b2 E1728

ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

State

ଭୁବନେଶ୍ବର: ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରାର ଆଉ ଏକ ପର୍ଯ୍ୟାୟ ଟଙ୍କା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି, ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଡିବିଟି ମାଧ୍ୟମରେ ପଠାଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କ ଖାତାକୁ ୫୦୦୦ ଲେଖାଏଁ ଟଙ୍କା ଯାଇଛି । ଆଜିକୁ ମିଶେଇ ମୋଟ ୧ କୋଟି ୨୦ ହଜାର ମହିଳା ସୁଭଦ୍ରା ଯୋଜନାର ସହାୟତା ପାଇସାରିଲେଣି । ଆଉ ଦିନକ ପରେ ପୁଣି, ମାର୍ଚ୍ଚ ୮ ତାରିଖରେ ମହିଳା ଦିବସରେ, ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର । ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏଥିପାଇଁ ସୁଭଦ୍ରାର ଯୋଜନାର ଦ୍ବିତୀୟ କିସ୍ତି ମିଳିବା ପୂର୍ବରୁ ସୁଭଦ୍ରା ଦୀପ ଜାଳିବାକୁ ଆହ୍ବାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଜଣେ ସୁଭଦ୍ରାଙ୍କ ପାଇଁ, ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ କହିଛନ୍ତି ମନ୍ତ୍ରୀ । ଯାହା ଘରେ ଯେତେଜଣ ସୁଭଦ୍ରା ତାଙ୍କ ଘରେ ସେତେଟା ଦୀପ ଜାଳନ୍ତୁ ।

ସେପଟେ ସୁଭଦ୍ରା ଆବେଦନ ପାଇଁ ଶେଷ ତାରିଖ ୩୧ ମାର୍ଚ୍ଚକୁ ଧାର୍ଯ୍ୟ କରିଚନ୍ତି ସରକାର । ତେଣୁ ଏହା ଭିତରେ ଆବେଦନ କରିବା ପାଇଁ କହିଛନ୍ତି ସରକାର । ଯୋଗ୍ୟ ହିତାଧିକାରୀ ଯେପରି ସୁଭଦ୍ରା ଯୋଜନରୁ ବଞ୍ଚିତ ନହେବେ ସେନେଇ ହିତାଧିକାରୀଙ୍କୁ ଖୋଜିବାକୁ ଡୋର ଟୁ ଡୋର ସର୍ଭେ କରାଯିବ । ମାର୍ଚ୍ଚ ୩୧ପରେ ସର୍ଭେ ହେବ, ସର୍ଭେ ସରିବା ପରେ ଯେଉଁମାନେ ଯୋଗ୍ୟ ହୋଇଥିବେ ସେମାନେ ରକ୍ଷା ବନ୍ଧନରେ, ଏକାସାଙ୍ଗରେ ୩ଟି କିସ୍ତିର ଟଙ୍କା ପାଇବେ ।