Er

ଅବଧିର 2ବର୍ଷ ପରେ ବି ପ୍ରଧାନମନ୍ତ୍ରୀ ସଡ଼କ କାମ ସରୁ ନାହିଁ , କଂଟ୍ରାକଟର ଏବଂ ପ୍ରଶାସନ ର ମଧୁଚନ୍ଦ୍ରିକା

State
  • ରାସ୍ତା ପାଇଁ ମାଣିକପୁର ପଂଚାୟତ ବାସୀ ଙ୍କ ଚିନ୍ତା, ଲିଖିତ ପ୍ରତିଶୃତି ପାଣି ର ଗାର 
ବାରିପଦା: ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକର ବନପାହାଡ଼ ଘେରା ଅଧ୍ୟୁଷିତ ଅଞ୍ଚଳ ମାଣିକପୁର ପଂଚାୟତର ମାଣିକପୁର ଗାଁ ମୁଣ୍ଡରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ସମ୍ପୂର୍ଣ୍ଣ ଖରାପ l ଏହି ରାସ୍ତାଟି ପାଟପୁରଠାରୁ ବିଶୋଇ ପଂଚାୟତ ସମିତି ସୀମା ଭାୟା ବଳରାମପୁର, ପାଉଁଶିଆ, ବାନ୍ଧଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ କାମ ହେବା କଥା l କାର୍ଯ୍ୟ ସରିବା ପାଇଁ ଅବଧି 24.11.2022 ରହିଥିଲା l କିନ୍ତୁ ଏବେ ସୁଦ୍ଧା ନୂଆଗାଁ ଏବଂ ମାଣିକପୁର ଗାଁ ଭିତରେ କଂକ୍ରିଟ ହୋଇନାହିଁ l ମାଣିକପୁର ଗାଁ ମୁଣ୍ଡ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି l ପ୍ରଧାନମନ୍ତ୍ରୀ ସଡ଼କ କାମ ନିମ୍ନମାନର ସମ୍ପର୍କରେ ତତ୍କାଳୀନ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ରାଇରଙ୍ଗପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରାଙ୍କ ନିକଟରେ ମାଣିକପୁର ପଂଚାୟତବାସୀ ଅଭିଯୋଗ କରିଥିଲେ l ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଗତ ବର୍ଷ 21.8.23 ଦିନ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଇରଙ୍ଗପୁରସ୍ଥିତ ଅଧିକ୍ଷଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା ସାଙ୍ଗରେ ବିଜେଡ଼ି ଜିଲ୍ଲା ଉପସଭାପତି ସୁଭାଷଚନ୍ଦ୍ର ମଣ୍ଡଳଙ୍କୁ ଧରି ଆସିଥିଲେ l ମାଣିକପୁର ପଂଚାୟତବାସୀମାନେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରା ଏବଂ ବିଜେଡ଼ି ଜିଲ୍ଲା ଉପସଭାପତି ଶ୍ରୀ ମଣ୍ଡଳଙ୍କୁ 3 କିଲୋମିଟର ରାସ୍ତା ଚଲାଇ ପ୍ରଧାନମନ୍ତ୍ରୀ ସଡ଼କ କାମ କିପରି ନିମ୍ନମାନର ହୋଇଛି ତାହାକୁ ଦେଖାଇଥିଲେ l ନିମ୍ନମାନ କାମ ପାଇଁ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ  ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ l ଲିଖିତ ପ୍ରତିଶୃତି ପାଣିର ଗାର l ଆଜି ପର୍ଯ୍ୟନ୍ତ ନୂଆଗାଁ ଏବଂ ମାଣିକପୁର ଗାଁ ଭିତରେ କଂକ୍ରିଟ ହୋଇପାରିନାହିଁ l ମାଣିକପୁର ଗାଁ ମୁଣ୍ଡ କଥା ନ କହିବା ଭଲ lଯଦି 7ଦିନ ଭିତରେ କାର୍ଯ୍ୟ ଆରମ୍ଭ ନ ହେଲେ ରାମଦୋଳି ଯୁବକ ସଂଘ ପକ୍ଷ ରୁ ବିଜାତଳା ବ୍ଲକ  ଘେରାଉ କରାଯିବ ବୋଲି ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠା ସୁରେନ୍ଦ୍ର ମୁଣ୍ଡା, ଭୁବନ ମୁଣ୍ଡା ବୁଧୁରାମ ମୁଣ୍ଡା, କାରିଆ ମୁର୍ମୁ ଏବଂ ଛୋଟରାଇ ମୁର୍ମୁ  ପ୍ରମୁଖ ଚେତାବନି ଦେଇଛନ୍ତି l