Photo For The News Of Annula Function Of Kuansmadhia School

କୁଆଁସମଢିଆ ବିଦ୍ୟାଳୟ ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତଥା ନରାଜପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ କୁଆଁସମଢିଆର ବାର୍ଷିକ ଉତ୍ସବ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ବିଧାୟକ ସଂଜୀବ ମଲ୍ଲିକ ଉଦ୍‌ଘାଟନ କରିଥିବା ବେଳେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିସଦ ସଭାପତି ପ୍ରଫୁଲ୍ଲ ଜେନା, ମୁଖ୍ୟ ବକ୍ତା ଆଗରପଡ଼ା ଥାନା ଅଧିକାରୀ ଶ୍ରୀକାନ୍ତ ପତି, ସମ୍ମାନୀତ ଅତିଥି ବରିଷ୍ଠ ବିଜେଡ଼ି ନେତା ତଥା ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ବିଆରସିସି ହରେକୃଷ୍ଣ ଆପଟ, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ତଥା ଯୁବନେତା ସତ୍ୟସାଧନ ବେଜ, ସମାଜସେବୀ ଶ୍ରୀନାଥ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ରୁନୀତା ଦାସ, ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି, ସମିତିସଭ୍ୟା ପଦ୍ମାବତୀ ନାଥ ଶର୍ମା, ସିଆରସିସି ପ୍ରଦୀପ ପଲାଇ, ବିଦାୟୀ ଶିକ୍ଷୟିତ୍ରୀ ମିନତୀ ସାମଲ, ଏସ୍‌ଏମ୍‌ସି ସଭାପତି ବନମାଳୀ ସାହୁ, ମୋ ସ୍କୁଲ ସଭାପତି ଶୁଭେନ୍ଦ୍ର ପରିଡ଼ା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଖଗେଶ୍ୱର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଚାରିଗାଁ ୟୁଜିଏମଇ ଶିକ୍ଷକ ପଂଚାନନ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅମୃତଲାଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷୟିତ୍ରୀ ମିନତୀ ସାମଲଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ସରପଂଚ ବିନୋଦିନୀ ମହାନ୍ତି ଓ ସମତି ସଭ୍ୟା ପଦ୍ମାବତୀ ନାଥ ଶର୍ମାଙ୍କୁ ମଧ୍ୟ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଧାୟକ ଶ୍ରୀ ମଲ୍ଲିକ ଏହି ଅବସରରେ ବିଦ୍ୟାଳୟର ନୂତନ ଗୃହ ଓ ମୁଖ୍ୟ ଫାଟକକୁ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ରଶ୍ମିତା ନାୟକ, ରମାକାନ୍ତ ପରିଡ଼ା, ଉଦୟ ଶତପଥି, ରିଜୱାନ ଅଲ୍ଲୀ ଖାନଙ୍କ ସମେତ ପରିଚାଳନା କମିଟି ସଭ୍ୟ/ସଭ୍ୟା ସହଯୋଗ କରିଥିଲେ ।