Photo For The News Of Pathapranta Sabha(subhadra)

ଆଗରପଡାରେ ଜୋନ ସ୍ତରୀୟ ସୁଭଦ୍ରା ସଭା

State

ଆଗରପଡ଼ା :ଆଗରପଡା ସ୍ଥିତ ଇଲେଭେନ୍ ଷ୍ଟାର କ୍ଲବ ପରିସରରେ ଗୁରବାର ମହିଳା ମାନଙ୍କୁ ନେଇ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ଗୋପାଳ କୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚେତନତା ସଭାରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସୁପରଭାଇଜର ପ୍ରିୟଙ୍କା ସିଂ ଅଧ୍ୟକ୍ଷତା କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଯୋଗଦେଇ ନୂତନ ସରକାର ମହିଳାମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାମାନ ଆରମ୍ଭ କରିଛନ୍ତି ସେଥିମଧ୍ୟରୁ ସୁଭଦ୍ରା ଯୋଜନା ମହିଳାଙ୍କୁ ନୂତନ ଦିଗ ଦେଖାଇବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଟିପୁର ସରପଂଚ ସୁଭଦ୍ରା ସିଂହ,ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ,ଯୁବନେତା ଅଶୋକ ପରିଡ଼ା,ଆଇନଜୀବୀ ଚିନ୍ମୟ ମହାପାତ୍ର,ପ୍ରଫୁଲ ସିଂହ,ଗୌରାଙ୍ଗ ପୃଷ୍ଟି ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । କିଛି ଅଙ୍ଗନୱାଡ଼ି କର୍ମୀ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିକୁ କିପରି ବିନିଯୋଗ କରିଛନ୍ତି ତାହା ଉଲ୍ଲେଖ କରିଥିଲେ । ଏଥିରେ ବିଟିପୁର,ପୁରୁଷଣ୍ଢ,ବଡ଼ମହିଁଷଗୋଠ ଆଦି ପଂଚାୟତରୁ ସିଆରପି,ଆଶା,ଅଙ୍ଗନବାଡ଼ି କର୍ମୀଙ୍କ ସମେତ୨ଶହରୁ ଉର୍ଦ୍ଦ ମହିଳା ଯୋଗ ଦେଇଥିଲେ ।