ବାରିପଦା: ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ଦ୍ଵାରା ଆୟୋଜିତ ତିନିଦିନିଆ ଅଣଆବାସିକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ତାରିଖ-୦୩।୦୩।୨୦୨୫ ରୁ ଆରମ୍ଭ ହୋଇ ଆଜି ତାରିଖ-୦୫।୦୩।୨୦୨୫ ଅପରାହ୍ନରେ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମହାରାଣୀ ତକତ କୁମାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୋଟ ୧୦୪ ଜଣ ମହିଳା ଆଂଶିକ ସମୟ ଶିକ୍ଷକ (ଶାରୀରିକ), ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷକ ଅଂଶଗ୍ରହଣ କରିଥିଲେ ।
୮ ଜଣ ପ୍ରଶିକ୍ଷାର୍ଥୀ (ସାଧନ କର୍ମୀ) ୧୫ ରୁ ଅଧିକ ଆତ୍ମରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ । ଉଦଜାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶୀଧର ସିଂହ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଆତ୍ମରକ୍ଷା କୌଶଳ ର ଗୁରୁତ୍ଵ ଓ ଏହାଦ୍ୱାରା ନିଜକୁ କୌଣସି ବିପତ୍ତିରୁ ରକ୍ଷା କରିପାରିବେ, ତାହା ଆଲୋକପାତ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀ ଓ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଣ୍ଟନ କର।ଯାଇଥିଲା । ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବାରିକ ଏହି ଆତ୍ମରକ୍ଷା ତାଲିମ ବିଦ୍ୟାଳୟ ସ୍ତରରେ ଛାତ୍ରୀମାନଙ୍କୁ ଉନ୍ନତ କୌଶଳ ମାଧ୍ୟମରେ ଦିଆଯାଇପ।ରିବ ଏବଂ ପ୍ରଶିକ୍ଷଣ ଲାଭକରିଥିବା ଶିକ୍ଷକ ମାନେ ବିଦ୍ୟାଳୟ ସ୍ତରରେ ଛାତ୍ରୀମ।ନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମଗ୍ର ଶିକ୍ଷା କାର୍ଯ୍ୟ।ଳୟ ର ସମସ୍ତ କର୍ମକର୍ତ୍ତା, ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ କର୍ମଚାରୀ ଏବଂ ମହାରାଣୀ ତକତ କୁମାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।