Img 20250305 Wa0187

ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଉନ୍ନତିକରଣ ଏବଂ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ଶୁଭ ଉଦଘାଟନ

State

ବାରିପଦା: ଆଜି ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାରିପଦା ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଉନ୍ନତିକରଣ ଏବଂ ନୂତନ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶାର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କେନ୍ଦ୍ରର ଶୁଭଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ଶ୍ରୀ ପ୍ରକଶ ସୋରେନ,ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ନିୟତୀ ପଟ୍ଟନାୟକ, ବିଭାଗ ର ଅତିରିକ୍ତ ସଚିବ ଶ୍ରୀମତୀ ସୋନିଆ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବେହେରା ଏବଂ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ କାନ୍ଦରା ସୋରେନ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଂଜିତ କୁମାର ସୋରେନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ବିଭାଗ ର ନିର୍ଦ୍ଦେଶିକା ଉକ୍ତ କେନ୍ଦ୍ରର ଆଭିମୁଖ୍ୟ ଓ ବର୍ତମାନ ସମୟରେ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଏହି କେନ୍ଦ୍ର ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାଶକ୍ତିକରଣ ବିଭାଗର ଏକ ଅଭିନଵ ପ୍ରୟାସ। ଏହି ଚିକିତ୍ସା ରୋବୋଟିକ ପ୍ରଯୁକ୍ତି ବିଦ୍ୟା ଆଧାରିତ ଏବଂ ଏଠାରେ ରୋଗୀଙ୍କୁ ଶାରୀରିକ, ମାନସିକ, ଭୌତିକ ଚିକିତ୍ସା ଜରିଆରେ ପକ୍ଷାଘାତ, ଅସ୍ଥିଶଲ୍ୟ ଜନିତ ସମସ୍ୟା ତଥା ସ୍ନାୟୁ ଜନିତ ଯନ୍ତ୍ରଣା ଭୋଗୁଥିବା ରୋଗୀମାନଙ୍କୁ ରୋବୋଟିକ ଜ୍ଞାନ କୌଶଳରେ ଫିଜିଓଥେରାପି ପ୍ରଦାନ କରାଯାଇଥାଏ। ଏତଦ ବ୍ୟତୀତ ଏହି କେନ୍ଦରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ନିର୍ମାଣ କରାଯାଇ ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କରାଯାଏ ଯାହାକି ନିଃଶୁକ୍ଳ ଓ ଉନ୍ନତ ବିଶ୍ଵସ୍ତରୀୟ ଏତଦ ବ୍ୟତୀତ ଉକ୍ତ ଅତ୍ୟାଧୁନିକ କେନ୍ଦ୍ର ଜନ୍ମଜାତ ଭିନ୍ନକ୍ଷମ ଶିଶୁ ମାନଙ୍କୁ ଚିକିତ୍ସା ପ୍ରଦାନ ରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି କେନ୍ଦ୍ରର କାର୍ଯ୍ୟରତ ଥେରାପିଷ୍ଟ ମାନେ ଇଟାଲୀ, ଜର୍ମାନୀ ଓ ଇସ୍ରାଏଲ ଇତ୍ୟାଦି ବିଦେଶର ବିଶେଷଜ୍ଞଙ୍କ ଠାରୁ ପ୍ରଶିକ୍ଷିତ ଏବଂ ପିଜିଓ ଥେରାପି ବିଭାଗ ର ଅଧିକାଂଶ ଯନ୍ତ୍ରାଂଶ ସ୍ୱୟଂ ଚାଳିତ। ୨୦୨୪ଡିସେମ୍ବର ଠାରୁ ଆଜି ପର୍ଯ୍ୟନ୍ତ ୪୦୦ ରୁ ଅଧିକ ରୋଗୀ ବିଭିନ୍ନ ସେବା ପାଇ ଉପକୃତ ହେଲେଣି। ପଡୋଶୀ ଜିଲ୍ଲା ବାଲେଶ୍ୱର, କେଉଁଝର ତଥା ପଡୋଶୀ ରାଜ୍ୟ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରୁ ରୋଗୀମାନେ ମଧ୍ୟ ଆସି ଏଠାରୁ ଚିକିତ୍ସା ପାଇଁ ଉପକୃତ ହେଉଛନ୍ତି।
ଅନ୍ୟାନ୍ୟ ଅତିଥି ମାନେ ମଧ୍ଯ ନିଜ ନିଜ ବକ୍ତବ୍ୟ ରେ ଏହି କେନ୍ଦ୍ରର ଉପାଦେୟତା ସମ୍ପର୍କ ରେ ଆଲୋକପାତ କରିଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଡି ଡି ଆର ସି ରେ କାର୍ଯ୍ୟରତ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ନିୟମିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ପ୍ରକାଶ କରିବା ସହିତ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା କଳାହାଣ୍ଡି, ସମ୍ବଲପୁର, ନବରଙ୍ଗପୁର, କୋରାପୁଟ, କନ୍ଧମାଳ ଓ ଗଞ୍ଜାମ ରେ ମଧ୍ଯ ଏହିପରି କେନ୍ଦ୍ର ଖୋଲାଯାଇ କାର୍ଯ୍ୟକ୍ଷମ ହେବ ବୋଲି ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥି ମାନେ କିଛି ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କୁ ଟ୍ରାଇ ସାଇକେଲ, ହୁଇଲ ଚେୟାର, ଶ୍ରବଣ ଯନ୍ତ୍ର ଇତ୍ୟାଦି ପ୍ରଦାନ କରିବା ସହ ୬ଗୋଟି ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦/- ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା,ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ କର୍ମଚାରୀ ଓ ARC ର ଚିକିତ୍ସକ, ବିଶେଷଜ୍ଞ ମାନେ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀପୋଷିର ମୂକ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଅନିରୁଦ୍ଧ ପାତ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।