Photo For The News Of School

ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟ ବନ୍ଦ, ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ

State

ଶିକ୍ଷା ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି

ଆଗରପଡ଼ା :ଶିକ୍ଷାନୁଷ୍ଠାନ ଗ୍ରାମର ଗର୍ବ ଓ ଗୌରବର ପ୍ରତୀକ ସାଜିଥିଲା । ହେଲେ ସରକାରଙ୍କର ଶିକ୍ଷାପଦ୍ଧତି ଯୋଗୁଁ ଶିକ୍ଷକଙ୍କ ଅବସର ପରେ ପୁରାତନ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖାଯାଇଛି ବନ୍ତ ବ୍ଲକ ଅନ୍ତର୍ଗତ ବନ୍ତ ପଂଚାୟତର ରାଧାକୃଷ୍ଣ ଜୀୟୁ ଉପ୍ରା ବିଦ୍ୟାଳୟରେ । ଉକ୍ତ ଅଂଚଳର ଶିକ୍ଷାର ଉନ୍ନତି ପାଇଁ ଅଂଚଳବାସୀଙ୍କ ଉଦ୍ୟମରେ ନରସିଂହପୁର ଗ୍ରାମ ମୁଣ୍ଡରେ ୧୯୬୨ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଗଢ଼ିଉଠିଥିଲା । ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ନିଜକୁ ଉତ୍ତମ ନାଗରିକ ଭାବେ ଗଢ଼ି ଆଜି ବିଦ୍ୟାଳୟର ନାମ ରଖିଛନ୍ତି । ଶିକ୍ଷାର ଅଧିକ ପ୍ରସାର ପାଇଁ ଉକ୍ତ ବିଦ୍ୟାଳୟ ପାଶ୍ୱର୍ରେ ୬ଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ରାଧାକୃଷ୍ଣ ଜୀୟୁ ଉପ୍ରା ବିଦ୍ୟାଳୟ ଖୋଲା ଯାଇଥିଲା୧୯୮୮ ମସିହାରେ । ଉକ୍ତ ବିଦ୍ୟାଳୟର ଉନ୍ନତ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ଆସି ଉକ୍ତ ବିଦ୍ୟାଳୟରେ ନିଜର ନାମ ଲେଖାଇ ଅଧ୍ୟୟନ କରୁଥିଲେ । ଉକ୍ତ ବିଦ୍ୟାଳୟର ଶୁଭାରମ୍ଭ ସମୟରେ ଜଣ ଶିକ୍ଷକଙ୍କୁ ନିୟମ ଅନୁଯାଇ ନିଯୁକ୍ତି ମିଳିଥିଲା । ବିଦ୍ୟାଳୟଟି ବେଶ ନାମ କରିଥିବାରୁ ଛାତ୍ରଛାତ୍ରୀ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଥିଲା । ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ୨୦୧୭ ମସିହାରେ ପ୍ରଥମ ମାସରେ ଅବସର ନେଇଥିଲେ । ପରେ ଉପଯୁକ୍ତ ଶିକ୍ଷା ପାଇଁ ଗ୍ରାମବାସୀ ଓ ଶିକ୍ଷା କମିଟିର ମିଳିତ ଉଦ୍ୟମରେ ଉକ୍ତ ବିଦ୍ୟାଳୟରେ ଶିକ୍ଷିତ ଯୁବକଙ୍କଦ୍ୱାରା ଶିକ୍ଷାଦାନ ସହ ଏହି ବିଷୟରେ ମଧ୍ୟ ଶିକ୍ଷାଧିକାରୀଙ୍କୁ ଅବଗତ ପରେ ଅନ୍ୟଜଣେ ଶିକ୍ଷକଙ୍କୁ ଡ଼େପୁଟେସନରେ ଉକ୍ତ ବିଦ୍ୟାଳୟକୁ ପଠାଇଥିଲେ ।

ଫଳରେ ଉକ୍ତ ବିଦ୍ୟାଳୟରେ ଉନ୍ନତ ଶିକ୍ଷା ଦାନ ଦିଆଯାଉଥିବାରୁ ଦୁଇ ଶ୍ରେଣୀରେ ଏବେ ୪୦ଜଣ ଛାତ୍ରଛାତ୍ରୀ ଶିକ୍ଷାଦାନ କରୁଛନ୍ତି । ହେଲେ ଗତମାସ ଫେବୃଆରୀ ୨୮ ତାରିଖ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସାହୁଙ୍କର ଅବସର ହେବାରୁ ଶିକ୍ଷାବିଭାଗ ପକ୍ଷରୁ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହାର ପାଖରେ ଅବସ୍ଥିତ ଥିବା ପାନପଦୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଚିଠି କରାଯାଇଛି । ଉକ୍ତ ଗ୍ରାମରେ ସୃଷ୍ଟି ହୋଇଥିବା ପୁରାତନ ବିଦ୍ୟାଳୟ ଯାହା ଛାତ୍ରଙ୍କ ଉପସ୍ଥାନ କାରଣରୁ ୨୦୧୮ ମସିହାରେ ବନ୍ଦ ହୋଇଯିବା ଏବଂ ପରେ ପୁନଃ ସୃଷ୍ଟିହୋଇଥିବା ଏମଇ ସ୍‌ୁଲ ଶିକ୍ଷକଙ୍କ ଅବସର ପରେ ତାହା ମଧ୍ୟ ବନ୍ଦ ହୋଇଛି । ଗ୍ରାମରେ ଥିବା ଦୁଇ ଗୋଟି ପୁରାତନ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଉଛି । ଯେଉଁ ସ୍ଥାନ କାଲି ଶିକ୍ଷା ଦାନର ଶଦ୍ଦରେ ଫାଟିପଡ଼ୁଥିଲା ଆଜି ତାହା ନିରବ ସାଜିଛି । ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ସରକାରଙ୍କର ବହୁ ଅର୍ଥରେ ନିର୍ମାଣ ହୋଇଥିବା ବିଦ୍ୟାଳୟ ଗୃହ ଆଜି ଫାଙ୍କା ପଡ଼ିଥିବାର ଦେଖାଯାଇଛି ।