Tejas 700x430

ତେଜସ୍ ପାଇଁ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ

National & International

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ – ଡିଆରଡିଓର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ବେଙ୍ଗାଲୁରୁସ୍ଥିତ ଡିଫେନ୍ସ ବାୟୋ-ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋମେଡିକାଲ ଲାବୋରେଟୋରୀ ହାଲୁକା ଯୁଦ୍ଧ ବିମାନ ତେଜସ୍ ପାଇଁ ସ୍ୱଦେଶୀ ଅନ୍ ବୋର୍ଡ ଅମ୍ଳଜାନ ସୃଷ୍ଟିକାରୀ ବ୍ୟବସ୍ଥା ଉପରେ ଆଧାରିତ ସମନ୍ୱିତ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ କରିଛି।

ସମନ୍ୱିତ ଜୀବନ ରକ୍ଷାକରି ବ୍ୟବସ୍ଥା ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା ପାରମ୍ପରିକ ତରଳ ଅମ୍ଳଜାନ ସିଲିଣ୍ଡର ଆଧାରିତ ପ୍ରଣାଳୀ ଉପରେ ନିର୍ଭରଶୀଳତାକୁ ଦୂର କରି ଉଡ଼ାଣ ସମୟରେ ପାଇଲଟଙ୍କ ପାଇଁ ନିଶ୍ୱାସଯୋଗ୍ୟ ଅମ୍ଳଜାନ ଉତ୍ପାଦନ ଏବଂ ନିୟନ୍ତ୍ରଣ ପାଇଁ ଡିଜାଇନ୍ କରାଯାଇଛି। ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡର ଏଲ୍ସିଏ-ପ୍ରୋଟୋଟାଇପ୍ ଭେଇକିଲ୍ -୩ ବିମାନରେ ଏହାର ସଠିକ ପରୀକ୍ଷଣ କରାଯାଇଥିଲା, ଯେଉଁଠାରେ ସମୁଦ୍ର ପତ୍ତନଠାରୁ ୫୦ ହଜାର ଫୁଟ ଉଚ୍ଚତା ଏବଂ ହାଇ-ଜି ଯୁଦ୍ଧାଭ୍ୟାସ ସମେତ ବିଭିନ୍ନ ଉଡ଼ାଣ ପରିସ୍ଥିତିରେ କଠୋର ଏରୋମେଡିକାଲ୍ ମାନକ ଅଧୀନରେ ଏହାର କ୍ଷମତା ମୂଲ୍ୟାଙ୍କନ କରାଯାଇଥିଲା।

ଏହି ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ବାୟୁସେନା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ପ୍ରତିରକ୍ଷା ଶିଳ୍ପର ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ପ୍ରତି ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି ଏବଂ ପ୍ରକୃତରେ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ସହିତ ସମାନ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।