Sarathi

କେନ୍ଦ୍ରପଡା ଯିବେ ସାରଥି କିନ୍ତୁ ବାରିମୂଳ ଆଶ୍ରମ ମନା : ହାଇକୋର୍ଟ

State

କଟକ :  କେନ୍ଦ୍ରପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ ।  କେନ୍ଦ୍ରାପଡା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ପକ୍ଷରୁ ଆଜି ସର୍ତ୍ତମୂଳକ ଅନୁମତି ମିଳିଛି ।  ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଯାଇପାରିବେ ସାରଥୀ ।  ୨ ମାସରେ କେବଳ ଥରେ କେନ୍ଦ୍ରାପଡା ବାରିମୂଳ ଯିବାକୁ ଅନୁମତି ମିଳିଛି ।

ହେଲେ କେନ୍ଦ୍ରାପଡ଼ାରେ ରାତ୍ରୀ ଯାପନ କରିପାରିବେନି ସାରଥୀ।  ସକାଳ ସାଢେ ୫ରୁ ସନ୍ଧ୍ୟା ୫ ମଧ୍ୟରେ ଦେଖା କରିପାରିବେ ।  ଏଥିପାଇଁ ପ୍ରଥମେ ଟ୍ରାଏଲ୍‌ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।  ତେବେ ପ୍ରବଚନ ଦେବା ଉପରେ ଲାଗିଥିବା ଅଙ୍କୁଶ ବଲବତ୍ତର ରହିବ ।

ଏହି ସର୍ତ୍ତ କୋହଳ କରିବାକୁ କୋର୍ଟ ସିଧାସଳଖ ମନା କରି ଦେଇଛନ୍ତି । କିନ୍ତୁ ଯିବା ଆଗରୁ ପୋଲିସ ଏବଂ ୭ ଦିନ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।