Sub

ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁବିଧା, ଡୋର ଟୁ ଡୋର ହେବ ସର୍ଭେ

State

ଭୁବନେଶ୍ୱର : ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ସେ ଏହା ମଧ୍ଯ କହିଛନ୍ତି ଯେ ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଏବେ ସୁଦ୍ଧା ସୁଭଦ୍ରାରେ କୋଟିଏ ୮ ଲକ୍ଷ ମହିଳା ଆବେଦନ କରିଛନ୍ତି । ସେଥିରୁ ୫ ଟି ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ। ଆସନ୍ତାକାଲି କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀ ।

ସେହିପରି ଫିଲଡ଼ ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକସଙ୍ଗେ ୩ଟି କିସ୍ତି ମିଳିବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ତାରିଖ । ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ, ଏକାଥରେ ସେମାନେ ସୁଭଦ୍ରାର ତିନୋଟି କିସ୍ତି ପାଇବେ ।