ବାରିପଦା – ବାପକୁ ହତ୍ୟା କରି କଟା ମୁଣ୍ଡ ଧରି ଗାଁ ଦଣ୍ଡରେ ବୁଲିଲା ହତ୍ୟାକାରୀ ପୁଅ l ଏହିଭଳି ଏକ ଚର୍ଚିତ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳରେ l ଗତକାଲି ବିଳମ୍ବିତ ରାତ୍ରିରେ ବାପା ବାଇଧର ସିଂ ଘରେ ଶୋଇଥିବା ସମୟରେ ପୁଅ ଶମ୍ଭୁନାଥ ସିଂ ଏକ ଟାଙ୍ଗିଆ ରେ ବାପା ର ବେକକୁ ଶରୀରରୁ ଅଲଗା କରିଦେଇଥିଲା l ପାଟି ହୁରି ଶୁଣି ଘରଲୋକ ସମସ୍ତେ ଉଠିଥିଲେ ମଧ୍ୟ କେହି ସାହସ କରିନଥିଲେ ପାଖକୁ ଆସିବା ପାଇଁ l ଖବର ନେବାରୁ ଜଣାପଡିଅଛି ଯେ ବାଇଧର ସିଂ ଙ୍କ ତିନିପୁଅ ରୁ ଶମ୍ଭୁନାଥ ସବୁଠାରୁ ସାନ ଅଟେ l ସିଏ କିଛିଦିନ ଧରି ମାନସିକ ଭାବେ ପୀଡିତ ଥିଲା l ଗତକାଲି ସନ୍ଧ୍ୟାରେ ଶମ୍ଭୁନାଥ ର ସ୍ତ୍ରୀ କାମରୁ ଆସି ଘରେ ରନ୍ଧା କାର୍ଯ୍ୟ ସାରି ଶମ୍ଭୁନାଥ କୁ ଖାଇବା ପାଇଁ ଡାକିଥିଲା l ମାତ୍ର ସିଏ ଖାଇବାକୁ ମନା କରିଦେଇଥିଲା l ତାର ସ୍ତ୍ରୀ ଥକାରେ ଶୋଇପଡିଥିଲା l ମଧ୍ୟରାତ୍ରିରେ ଶମ୍ଭୁନାଥ ସ୍ତ୍ରୀ କୁ ଘରୁ ବାହାର କରିଦେଇଥିଲା l ସିଏ ଭୟଭୀତ ହୋଇ ଘରୁ ପଳାଇ ଅନ୍ୟତ୍ର ଆଶ୍ରୟ ନେଇଥିଲା l ସନ୍ଧ୍ୟାରେ ଶମ୍ଭୁନାଥ ବାପା କୁ ଟଙ୍କା ମାଗିଥିଲା l ବାପା ଟଙ୍କା ନ ଦେବାରୁ ରାତ୍ରିରେ ରାଗରେ ଯାଇ ବାପାକୁ ହତ୍ୟା କରିଥିଲା l ପରେ ସକାଳୁ ବାପା ର କଟା ମୁଣ୍ଡ ସହ ଥାନାରେ ଆତ୍ମ ସମର୍ପଣ କରଥିଲା l ଏ ବାବଦରେ ଚାନ୍ଦୁଆ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶମ୍ଭୁନାଥ କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରିରଖିଅଛି l ଅନ୍ୟପଟେ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପିଆରଏମ ମେଡିକାଲ କୁ ପଠାଯାଇଅଛି l
