ବାରିପଦା: ବାରିପଦା ସହରର ଭୁଗୁଡ଼ାକଟାର ବାସିନ୍ଦା ଯମୁନା ଧରାଙ୍କ ଝିଅ ମେଧାବୀ ଛାତ୍ରୀ ଅଙ୍କିତା ଧରା ମେଟ୍ରିକ୍ ପରୀକ୍ଷାର ପ୍ରଥମ ଦୁଇଟି ବିଷୟ ପରୀକ୍ଷା ଦେବାପରେ ପେଟ ଯନ୍ତ୍ରଣା ହେବାସହିତ ଚେତା ହରାଇ ବସିଥିଲେ l ଗୁରୁତର ଅବସ୍ଥାରେ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା l ଡାକ୍ତରଙ୍କ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ଆପେଣ୍ଡିକ୍ସ ଓ ଖାଦ୍ୟ ନଳୀ ସଂକ୍ରମଣ ହୋଇଯାଇଅଛି l କିଛିଦିନ ଖାଦ୍ୟ ଖାଇବାକୁ ବାରଣ ସହିତ କେବଳ ସାଲାଇନ ଓ ଇଂଜେକସନ ନେବାକୁ କହିଥିଲି l ଯନ୍ତ୍ରଣା କମିବା ପରେ ଓ ସ୍ଥିର ଅବସ୍ଥା ଆସିଲେ ଅପରେସନ କରାଯିବ ବୋଲି ଡାକ୍ତର ଜଣାଇଥିଲେ l
ମୁର୍ଗାବାଡିସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳର ଶିକ୍ଷକ ଅଜିତ ବେହେରା ଙ୍କୁ ତାଙ୍କ ପରିବାରଠାରୁ ଏ ବିଷୟରେ ସୂଚନା ପାଇବାପରେ ତୁରନ୍ତ ରାତିରେ ଚାରିଜଣ ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେ଼ଇ ବହି ଖାତା ଧରି ହସ୍ପିଟାଲ୍ ପହଞ୍ଚିଥିଲେ l ଶିକ୍ଷକଙ୍କୁ ପାଖରେ ପାଇବା ପରେ ଯନ୍ତ୍ରଣାକୁ ଭୁଲି ଗୋଟିଏ ହାତରେ ସାଲାଇନ୍ ଅନ୍ୟ ହାତରେ ଖାତା ପେନ୍ ଧରି ଡାକ୍ତରଖାନା ଖଟ ଉପରେ ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ , ପିଲାଟିର ଆଗ୍ରହ ଦେଖି ତିରିଶବର୍ଷ ଧରି ଘରେଇ ଶିକ୍ଷକ ଭାବେ ପାଠ ପଢ଼ାଇଆସୁଥିବା ଅଜିତ ବେହେରା ଅର୍ଦ୍ଧରାତ୍ରୀ ପ୍ରଜ୍ୟନ୍ତ ଗଣିତ ବୁଝାଇଥିଲେ l ସମସ୍ତ ସାଙ୍ଗରେ ବସି ପରୀକ୍ଷା ଦେବେ ବୋଲି ଛାତ୍ରୀ ଆଗ୍ରହ ପ୍ରକାଶ କରିବାରୁ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଟ ଏମ.କେ ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଟୁଡୁଙ୍କ ସହିତ ଯୋଗାଯୋଗ କରି ଏ ବିଷୟରେ ଅଜିତ୍ ଆଲୋଚନା କରିଥିଲେ l
ତିନିଦିନ କିଛି ଖାଦ୍ୟ ନ ଖାଇ କେବଳ ସେଲାଇନ ଯନ୍ତ୍ରଣାକୁ ଖାତିର ନ କହି ଡାକ୍ତରଖାନାରୁ ପରୀକ୍ଷା ହଲକୁ ଯାଇ ଗଣିତ ପରୀକ୍ଷା ଦେଇଥିଲେ l ପ୍ରାୟ ଶତକଡା ୯୦ମାର୍କ ସଠିକ ଉତ୍ତର ଲେଖି ଥିଲେ l ପରୀକ୍ଷା ସରିବାର କିଛି ସମୟପୂର୍ବରୁ ବେଶୀ ଅସୁସ୍ଥ ଲାଗିବାରୁ ପୁଣି ଡାକ୍ତରଖାନା ଆସି ଚିକିତ୍ସିତ ହେଇଥିଲେ ଅଙ୍କିତା l ଯେତେଦିନ ସେ ଡାକ୍ତରଖାନରେ ରହିଲେ ପ୍ରତିଦିନ ଶିକ୍ଷକ ଅଜିତ ସେଠାକୁ ରାତିରେ ଯାଇ ପାଠବିଷୟରେ ସଂଦେହ ଦୂର କରିଥିଲେ l ପାଞ୍ଚ ଦିନ ଡାକ୍ତରଖାନରେ ରହିବାପରେ ସାମାନ୍ୟ ସ୍ବାସ୍ଥ୍ୟ ସୁଧାର ହୋଇଥିଲା l ଅନ୍ୟବିଷୟଗୁଡ଼ିକର ପରୀକ୍ଷା ପରେ ତାଙ୍କର ଅସ୍ତ୍ରପ୍ରଚାର କରାଯିବ ଓ ଏବେ ଘରେ ରହି ଚିକିତ୍ସା ହେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି l ପାଠପଢ଼ା ପାଇଁ ସମସ୍ତ ବାଧାବିଘ୍ନକୁ କିପରି ସମ୍ମୁଖୀନ କରାଯାଏ ତାର ଉଦାହରଣ ହୋଇଯାଇଛନ୍ତି ଅଙ୍କିତା l ଶିକ୍ଷକ ଅଜିତଙ୍କ ଏହି ମହାନ କାର୍ଯ୍ୟକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି l