Photo For The News Of Annual Function Of School

ଖଗେଶ୍ୱର ଉ.ପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ

State

ଆଗରପଡ଼ା : ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଖଗେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ବିଆରସିସି ହରେକୃଷ୍ଣ ଆପଟ୍ଟ, ମୁଖ୍ୟବକ୍ତା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶୀଶେଖର କରଶର୍ମା, ସମ୍ମାନିତ ଅତିଥି ଅତିରିକ୍ତ ଶିକ୍ଷାଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଭାଗିରଥି ପାତ୍ର, ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ଅନାମ ଚରଣ ଜେନା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ନାୟକ, ଅଜୟ ପୃଷ୍ଟି, ଅନିଲ ନାୟକ, ସଜୀବ ଦାସ,ପରିଚାଳନା କମିଟି ସଭାପତି ଦିଲ୍ଲୀପ ସେଠି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ସ୍ମୁତି ଉଦେଶ୍ୟରେ ଏକ ମିନିଟରେ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଭରତ ଚନ୍ଦ୍ର ଓଝା ଅତିଥି ପରିଚୟ, ଶିକ୍ଷୟିତ୍ରୀ ଅନିମା ଦାସ ବିଦ୍ୟାଳୟ ବାର୍ଷିକ ବିବରଣୀ ଓ ଶିକ୍ଷକ ଅନିରୁଦ୍ଧ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ କ୍ରୀଡାରେ ବିଭିନ୍ନ ପ୍ରତିଯୋଗିତାରେ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀରାମ ରଘୁ, ଗୋପବନ୍ଧୁ ସାହୁ, ଅନୁସୟା ବାରିକ, ସୂର୍ଣ୍ଣପ୍ରଭା ନାୟକଙ୍କ ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଓ ଅଭିଭାବକ ସହଯୋଗ କରିଥିଲେ ।