ଦିନିକିଆ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ରାଜ୍ୟ

ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ କୁମାର୍ସ କ୍ଲବ, ଭଂଜପୁର ଆନୁକୂଲ୍ୟରେ ଦିନିକିଆ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଭଲିବଲ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ ଓ ଗୌରବ ମୋଦି ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ I ଟୁର୍ଣ୍ଣାମେଣ୍ଟରେ ମୋଟ ୭ ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଶେଷରେ କିଚକେଶ୍ବରୀ ଦଳ ଚନ୍ଦନେଶ୍ୱରକୁ ୨ – ୧ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା I ଜାତୀୟ ସ୍ତରୀୟ ରେଫେରି ରାଜେଶ ଦାସ, ରୋଶନ ସାହୁ, ପ୍ରଭାତ ମଲ୍ଲିକ, ଇନ୍ଦ୍ରଜିତ ଶତପଥି ଓ ଦୀପକ ମୁଣ୍ଡା ଖେଳ ପରିଚାଳନା କରିଥିଲେ I ବେଷ୍ଟ ରାଇଜିଙ୍ଗ ଷ୍ଟାର ଭାବେ ଚନ୍ଦନେଶ୍ୱରର ଶିବ ଶଙ୍କର କଲିଆ, ବେଷ୍ଟ ଅଲରାଉଡର ଭାବେ କିଚକେଶ୍ବରୀ ଦଳର ଜଗନ ଦାସ, ବେଷ୍ଟ ସ୍ପାଇକର ଭାବେ ଚନ୍ଦନେଶ୍ୱର ଦଳର ସତ୍ୟପ୍ରକାଶ ଜେନା, ବେଷ୍ଟ ସେଟର ଭାବେ କିଚକେଶ୍ବରୀ ଦଳର ସମୀର ରଞ୍ଜନ ପାଲ, ବେଷ୍ଟ ଡ଼ିଫେଣ୍ଡର ଭାବେ କୁମାର୍ସ କ୍ଲବର ଅନିଲ ଗିରି ପୁରସ୍କୃତ ହୋଇଥିଲେ I ବରିଷ୍ଠ ଭଲିବଲ କୋଚ ମନୋରଞ୍ଜନ ଜୀଉଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବିପ୍ଳବ ଭଂଜନ ଭୁଗୁଡେଇ, ସମାଜସେବୀ ଅରୁଣ ସରକାର ଓ ରଜତ ପଣ୍ଡା ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ସଭାପତି ଦର୍ପ ନାରାୟଣ ପାଲ, ସମ୍ପାଦକ ପ୍ରିୟବ୍ରତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଅବନୀ ଷଢଙ୍ଗୀ ତଥା ସଦସ୍ୟ ସପନ ପଣ୍ଡା, ଧୀରେନ୍ଦ୍ର ନାୟକ, ବିଶ୍ୱମ୍ବର ସିଂହ ଓ ବିଶ୍ୱରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I