ଆଗରପଡ଼ା :ବନ୍ତ ବ୍ଳକ ପଧାନପଡ଼ା ପଂଚାୟତ ଅନ୍ତର୍ଗତ ପଧାନପଡ଼ା ଗ୍ରାମର ରବୀନ୍ଦ୍ର ସାହୁଙ୍କ ସ୍ତ୍ରୀ ପାଂଚାଳୀ ରୋଷେଇ କରୁଥିବା ସମୟରେ ଚୁଲିରୁ ନିଆଁ ଲାଗି ୨ବଖରା ଘର ସହ ଧାନ,ଚାଉଳ, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଦେଖି ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଖବର ପାଇ ଆଗରପଡ଼ା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।

