Chamoli 1

ଚମୋଲି ହିମସ୍ଖଳନ : ବଞ୍ଚିଲା ୪୬ ଜୀବନ, ସମସ୍ତ ଉଦ୍ଧାରକାରୀ ଦଳକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଧାମି

National & International

ଉତ୍ତରାଖଣ୍ଡ ଚମୋଲିର ମାଣାରେ ୩ ଦିନ ପୂର୍ବରୁ ହୋଇଥିବା ହିମସ୍ଖଳନର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୩ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ଶେଷ ହୋଇଛି । ହିମଖଣ୍ଡ ତଳୁ ୪୬ ଜଣଙ୍କୁ ମିଳିଲା ନୂଆ ଜୀବନ । ଉତ୍ତରାଖଣ୍ଡ ବଦ୍ରିନାଥ ହିମସ୍ଖଳନରେ ଫସିଥିବା ୫୪ ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି । ଆହତ ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ ଯୋଶୀମଠରେ ଥିବା ଆର୍ମୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି ।

ଘଟଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତୁରନ୍ତ ଉଚ୍ଚ ଅଧିକାରୀ ଏବଂ ଏସଡିଆରଏଫ ଟିମଙ୍କୁ ସକ୍ରିୟ କରିଥିଲେ ଏବଂ ନିଜେ ଏହା ଉପରେ ନଜର ରଖିଥିଲେ । ତେବେ ଉଦ୍ଧାର କାର୍ଯ୍ୟ ସରିବା ପରେ ଧାମି ସମସ୍ତ ଟିମକୁ ପ୍ରଶଂସା କରିଛନ୍ତି ।

ପ୍ରବଳ ତୁଷାରପାତ ଓ ଛୋଟଛୋଟ ହିମସ୍ଖଳନ ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଏନଡିଆରଏଫ, ଏସଡିଆରଏଫ, ଆର୍ମୀ ଓ ଆଇଟିବିପି ଯବାନ ରେସକ୍ୟୁ ଅପରେସନରେ ସାମିଲ ଥିଲେ । ଉଦ୍ଧାର କାର୍ଯ୍ୟରେ ଏୟାରଫୋର୍ସର ଚିତା ଓ MI-17 ହେଲିକପ୍ଟର ନିୟୋଜିତ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ଦିନ ବଦ୍ରିନାଥ ଠାରୁ ୩ କିଲୋମିଟର ଦୂର ମାନାରେ ଭୟଙ୍କର ହିମସ୍ଖଳନ ହୋଇଥିଲା। ଆର୍ମୀ ବର୍ଡର ରୋଡ୍ ଅର୍ଗାନାଇଜେସନ୍ ର ଏକ କ୍ୟାମ୍ପ ଉପରେ ମାଡ଼ି ଯାଇଥିଲା ବରଫ । ଏହି ଉଦ୍ଧାର ଅଭିଯାନରେ ଆଇଟିବିପି, ଏନଡିଆରଏଫ ଓ ସେନା ଅଂଶଗ୍ରହଣ କରିଥିଲେ । ରବିବାର ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ଆଜି ପାଗ ସଫା ଥିବାରୁ ଉଦ୍ଧାର ଅଭିଯାନ ସୁଗମ ହୋଇଛି । ସମସ୍ତ ଶ୍ରମିକଙ୍କ ଉଦ୍ଧାର ସହ ଅଭିଯାନ ଶେଷ ହୋଇଛି ।