Meera

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡା, କୁତ୍ସାରଟନାକୁ ନେଇ ଗଣମାଧ୍ୟମ ବିରୋଧରେ କଲେ ମାମଲା

State

କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡା । ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ବିରୋଧରେ କଲେ ମାମଲା । ମୀରାଙ୍କୁ ନେଇ ଚାଲିଥିବା କୁତ୍ସାରଟନାକୁ ନେଇ ଏହି ମାମଲା ହୋଇଛି । ଏ ସବୁ ତୁରନ୍ତ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି ମୀରା । ଜଣେ କ୍ୟାନ୍ସର ପୀଡ଼ିତ ଅଶୋକ ଚମ୍ପତ୍ତିଙ୍କୁ ସାହାଯ୍ୟ କରି ଆସୁଛନ୍ତି ମୀରା । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ତାଙ୍କର ଚରିତ୍ର ସଂହାର କରିଛି ବୋଲି ମୀର ଅଭିଯୋଗ କରିଛନ୍ତି  ।  ଏନେଇ ସାମାଜିକ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଛନ୍ତି  । ମୀରାଙ୍କ ପକ୍ଷରୁ ମାମଲା ଦାୟର କରିଛନ୍ତି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ  ।