କେନ୍ଦୁଝର : କପି ପାଇଁ ବାଡାବାଡ଼ି । ଦୁଇ ଗୋଷ୍ଠୀ ମୁହାଁମୁହିଁ । ଦଶମ ଶ୍ରେଣୀ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ସଂଘର୍ଷ । ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଦେଓଗାଁ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ଆସିଛି ଅଭିଯୋଗ ।
ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଛାତ୍ରଙ୍କୁ କପି ଦେବାକୁ କେନ୍ଦ୍ରକରି ଘଷିପୁରା ଥାନା ବରିପାଳ ଓ ତରିମୂଳ ଗାଁ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ସେଣ୍ଢେଇ ଛକରେ ଘଟଣାକୁ ନେଇ ବରିପାଳର ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି ।
ଆକ୍ରମଣରେ ବରିପାଳ ଗାଁର ଅଭିଷେକ ଦାସ ଗୁରୁତର ଏବଂ ସୌମ୍ୟ ରଞ୍ଜନ ଦାସ ଆହତ ହୋଇଛନ୍ତି । ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ଜାରି ରହିଛି ।