Capture 4 750x430

ରାଜ୍ୟରେ ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ

State

ଭୁବନେଶ୍ଵର: ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍‌ । ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ  ବିଭାଗର ଆଲୋଚନ ସରିଛି । ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାଳକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।

ସୂଚନା ଅନୁସାରେ, ମାର୍ଚ୍ଚ ଆରମ୍ଭ ରୁ ହିଁ ଅସହ୍ୟ ଗରମ ଅନୁଭୁତ ହେଲାଣି । ଏବେଠୁ  ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଦିନ ୯ଟାରୁ ମଧ୍ୟ ଟାଇଁ ଟାଇଁ ଖରା ହେଉଛି । ଯାହାଦ୍ବାରା ଘରୁ ବାହାରିବା ମୁସ୍କିଲ ହେଇପଡୁଛି ।  ତେଣୁ  ସ୍କୁଲ ଏବଂ କଲେଜ୍‌ ପିଲାଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଆଣିବାକୁ ଯାଉଛନ୍ତି ସରକାର ।

ସୂଚନାଯୋଗ୍ୟ, ରବିବାର ୩୮.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ଅନ୍ୟ ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିଲା । ତେବେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।