Fis

ମାଛ କଲା ଲକ୍ଷପତି, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ସାର୍କ ମାଛ

State

ଜଳେଶ୍ୱର : ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ମାଛ ।  ଲକ୍ଷପତି କଲା ସାର୍କ ମାଛ । ପଶ୍ଚିମବଙ୍ଗର କାଂଥୀ ଏବଂ ପେଟୁଆଘଟ ଅଞ୍ଚଳର କିଛି ମତ୍ସ୍ଯଜିବୀଙ୍କ ଜାଲରେ ପଡ଼ିଛି ସାର୍କ ମାଛ ।  ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ ହେବ ବୋଲି ଜଣା ପଡିଛି ।  ବହୁ କଷ୍ଟରେ ମାଛଟିକୁ ଦୀଘା ମତ୍ସ୍ଯ ଅବତରଣ କେନ୍ଦ୍ରକୁ ଆଣିବା ପରେ ସେଠାରେ ଆନୁମାନିକ ଏକ ଲକ୍ଷ ଟଙ୍କାରେ ମାଛଟିକୁ ନିଲାମ କରାଯାଇଛି ।  ବିଶାଳକାୟ ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ଯଟକ ମାନଙ୍କ ଭିଡ ଜମିଥିଲା ।

ସୂଚନା ଅନୁସାରେ ଦୁଇମାସ ପୂର୍ବରୁ ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତୀ ଦୀଘା ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା ଏକ ବିରାଟକାୟ ସାର୍କ ମାଛ ।  ଯାହାର ଓଜନ ପ୍ରାୟ ୩ କୁଇଣ୍ଟାଲ ହେବା ସହିତ ୭ ଫୁଟ ଲମ୍ବ ରହିଥିଲା ।  ଏହି ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା । ଦୀଘା ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏହି ମାଛଟିକୁ ନିଲାମ କରାଯାଇଥିଲା ।