Subhadra Scheme Db282fd1b2 E1728

ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନ ଶେଷ ତାରିଖ ,ଏକକାଳୀନ ୩ଟି କିସ୍ତିର ପାଇବେ ଟଙ୍କା

State

ଭୁବନେଶ୍ୱର : ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନ ଶେଷ ତାରିଖ । ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ସୁଭଦ୍ରା ମ୍ୟାଜିକ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି । ତେଣୁ ଜିଲ୍ଲାପାଳ, ସୁଭଦ୍ରା ଟିମ, ମହିଳା ଶିଶୁ ବିକାଶ, ସହିତ ଅଙ୍ଗନବାଡି କର୍ମୀ ଓ ବ୍ୟାଙ୍କ ମିତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୮ ମାସରେ ଗୋଟେ ଯୋଜନା ହୋଇ କୋଟିଏ ମହିଳାଙ୍କୁ ସୁଭଦ୍ରା ମିଳିବା ଇତିହାସ । ଆମେ ପୂର୍ବରୁ ୯୮ଲକ୍ଷ ଟଙ୍କା ଦେଇଥିଲୁ । ମାର୍ଚ୍ଚ ୬ରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ ମହିଳା । ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା । ସେହିପରି ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା । ମହିଳାଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଲେଖାଏଁ ଟଙ୍କା ଯିବ । ୧ କୋଟିରୁ ଅଧିକ ମହିଳା ଏକା ସାଙ୍ଗରେ ପାଇବେ ଦ୍ବିତୀୟ କିସ୍ତି ଅର୍ଥ ।