Img 20250301 Wa0235

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜାତୀୟ ବିଜ୍ଞାନ ଦିବସ ପାଳିତ

State

ବାରିପଦା : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧକ୍ଷ ପ୍ରମୋଦ କୁମାର ଡାକୁଆଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଛାତ୍ରଛାତ୍ରୀ ତଥା ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକାମାନେ ଯୋଗ ଦେଇଥିଲେ l ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଡାକୁଆ ଭେଙ୍କଟ ରମଣଙ୍କର ଜୀବନୀ, ରମଣ ଏଫେକ୍ଟର ଆବିଷ୍କାର, ଦୈନନ୍ଦିନ ଜୀବନରେ ବିଜ୍ଞାନର ବ୍ୟବହାରିତା, ବିଜ୍ଞାନର ଅପକାରିତା ଓ ଉପକାରିତା, ବୈଜ୍ଞାନିକ ପଦ୍ଧତିକୁ ବୁଝି ତାହାକୁ ନୀତିଦିନ ଜୀବନରେ ପ୍ରୟୋଗ କରିବା ଉପରେ ଗୁରୁତ୍ଵ ଦେଇଥିଲେ l ଶିକ୍ଷକ ପ୍ରଶିକ୍ଷିକା ଦୀପ୍ତି ମହାନ୍ତ ଭାରତର ବିକାଶ ପାଇଁ ଯୁବଶକ୍ତିର ନେତୃତ୍ଵ ଆବଶ୍ୟକତା ଅଛି ବୋଲି କହିଥିଲେ l ବିଜ୍ଞାନ ବିଭାଗ ଦାୟତ୍ବରେ ଥିବା ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଶିକ୍ଷାର୍ଥୀମାନଙ୍କୁ ବାସ୍ତବ ଜୀବନ ସମସ୍ୟାର ସମାଧାନ ପାଇଁ ସକ୍ଷମ କରେଇବାର ଉପାୟ ଓ ଛାତ୍ରଛାତ୍ରୀମାନଙ୍କ ନେତୃତ୍ଵର ବିକାଶ ପାଇଁ ଉପଯୁକ୍ତ ଶିକ୍ଷା, ସୁଯୋଗ ଏବଂ ପରିବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଦର୍ଶାଇଥିଲେ l ଶିକ୍ଷକ ପ୍ରଶିକ୍ଷକ ଭବେଶ ଚନ୍ଦ୍ର ଦେହୁରୀ ବିଜ୍ଞାନ କିପରି ଆମ ଦୈନନ୍ଦିନ ଜୀବନର ସହ ସମ୍ପର୍କିତ ତାହା ଉଦାହରଣ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରିଥିଲେ l ଶିକ୍ଷକ ପ୍ରଶିକ୍ଷିକା ହରପ୍ରିୟା ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଏହି ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସ୍ୱପ୍ନା ହାଁସଦାଃ ପ୍ରଥମ, ତେଜସ୍ମିତା ମହାନ୍ତ ଦ୍ୱିତୀୟ ଏବଂ ତୁଷାର ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଦିବସର ଥିମ୍ କୁ ଭିତ୍ତିକରି ବିଭିନ୍ନ ହାଉସ୍ ଆକର୍ଷଣୀୟ ପୋଷ୍ଟରମାନ ପ୍ରସ୍ତୁତ କରିଥିଲେ ଏବଂ ଏହି ପୋଷ୍ଟର ପ୍ରତିଯୋଗିତାରେ ହାଉସ୍ ନଂ-୧ (ରବୀନ୍ଦ୍ର ନାଥ ଟାଗର ହାଉସ୍) ପ୍ରଥମ, ହାଉସ୍ ନଂ-୩ (ସାବିତ୍ରୀବାଇ ଫୁଲେ ହାଉସ୍) ଦ୍ୱିତୀୟ ଏବଂ ହାଉସ୍ ନଂ-୬ (ଶ୍ରୀ ଅରବିନ୍ଦ ଘୋଷ ହାଉସ୍) ତୃତୀୟ ସ୍ଥାନ ଅଧିକାର କରିଥିଲେ ।