Img 20250301 Wa0231

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

State

ବାରିପଦା  : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଆରତୀ ବିଦ୍ୟା ମନ୍ଦିର ପ୍ରାଥମିକ ବିଦ୍ୟାଳୟ ପରିସରରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସେକ୍ସନ ଅଫିସର ପତିତପାବନ ମହାପାତ୍ର ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି I ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ଡଃ ସ୍ନେହଲତା ବେହେରା ଓ ବ୍ରଜମୋହନ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟଦକ୍ଷତା ଉପରେ ଗୁଣଗାନ କରିଥିଲେ I ସମସ୍ତ ସି ଆର ସି ସି, ଶିକ୍ଷକ /ଶିକ୍ଷୟତ୍ରୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ମହାପାତ୍ରଙ୍କ ସମୟାନୁବର୍ତ୍ତିତା, କାର୍ଯ୍ୟଦକ୍ଷତା ଓ ଉତ୍ତମ ବ୍ୟବହାର ତଥା ଜଣେ ସଚ୍ଚୋଟ ଅଫିସର ଭାବେ ତାଙ୍କର କାର୍ଯ୍ୟ ଶୈଳୀ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି ପ୍ରକାଶ କରିଥିଲେ I ଶେଷରେ କାର୍ଯ୍ୟାଳୟ, ଜିଲ୍ଲା ତଥା ବ୍ଲକ ସଙ୍ଘ, ସି ଆର ସି ସି ଓ ଶିକ୍ଷକ / ଶିକ୍ଷୟତ୍ରୀ ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ପରେ ଏକ ଶୋଭାଯାତ୍ରାରେ ତାଙ୍କୁ ନିଜ ବାସଭବନ ପର୍ଯ୍ୟନ୍ତ ଯାଇ ବିଦାୟ ଦେଇଥିଲେ I