Photo For The News Of Hanuman Pratistha Utsav

ଶ୍ରୀ ହନୁମାନଙ୍କ ବାର୍ଷିକ ପ୍ରତିଷ୍ଠା ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ନିମପଡ଼ା ଛକଠାରେ ପ୍ରତିଷ୍ଠା ହେଉଥିବା ଶ୍ରୀ ହନୁମାନଙ୍କ ବାର୍ଷିକ ଉତ୍ସବ ଦୁଇ ଦିବସ ଧରି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସୁବାଶ ଚନ୍ଦ୍ର ବିଶ୍ୱାଳ ଓ ତାଙ୍କ ପତ୍ନୀ ଙ୍କ ସହ ୧୯ଜଣ ଦମ୍ପତିଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀରୁ ଶୁଭାଧିବାସ ସହ ଘଟୋତ୍ତଳନ କରା ଯାଇ ପୂଜାରମ୍ଭ କରାଯାଇ ଥିଲା । ଶେଷ ଦିବସର ପ୍ରତ୍ୟୁକ୍ଷରୁ ସୂର୍ଯଦେବଙ୍କପୂଜା, ଗୋ ପୂଜାଦି କରାଯିବା ସହ ଯଜେ୍ଞଶ୍ୱରଙ୍କର ଦଶକର୍ମାଦି ସଂସ୍କାର କରାଯାଇ ହନୁମାନଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସହ ପ୍ରତ୍ୟେକ ମନ୍ତ୍ରରେ ଆହୁତି ପ୍ରଦାନ ପୂର୍ବକ ଜୀବନ୍ୟାସ କରାଯାଇଥିଲା । ଯଜ୍ଞର ଶେଷ ଦିବସରେ ଶ୍ରୀରାମ ଓ ହନୁମାନଙ୍କ ସହସ୍ର ନାମ ସହ ପାଶ୍ୱର୍ସ୍ଥ ଦେବାଦେବୀଙ୍କ ଆହୁତି ପ୍ରଦାନ,ଅଖଣ୍ଡ ନାମ ସଂକୀର୍ତ୍ତନ ଓ ସୁନ୍ଦରାକାଣ୍ଡ ପାଠ ସହ ଶେଷ ଦିବସର ଅପରାହ୍ନରେ ବହୁ ଭକ୍ତଙ୍କ ଉପସ୍ଥିତିରେ ବେଦମାତା ଗାୟତ୍ରୀ ଙ୍କ ମୂଳ ମନ୍ତ୍ରରେ ଏକଶତ ଅଷ୍ଟମନ୍ତ୍ରରେ ଆହୁତି ପ୍ରଦାନ କରାଯାଇଥିଲା । ପୂଜକ ଭାବେ ବିରେନ୍ଦ୍ର ତ୍ରୀପାଠୀ, ସରୋଜ ମିଶ୍ର, ଅନ୍ନଦା କର ଶର୍ମା,ନାରାୟଣ ତ୍ରୀପାଠୀ ,ସଂଜିବ କର ଉକ୍ତ ଯଜ୍ଞକାର୍ଯ୍ୟ ସଂପାଦନ କରିଥିଲେ । ଉକ୍ତ ସ୍ଥାନରେ ଭଜନ ସଂଧ୍ୟା ଓ ନୃତ୍ୟ ସଂଗୀତ ଆଦି ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ଶିକ୍ଷାବିତ ନାରାୟଣ ସାମଲ ପୁରସ୍କୃତ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ନିମପଡ଼ା,ରଘୁନାଥପୁର,ଦୋଳପଦୀ,ନରସିଂହପୁର, ରାମଚନ୍ଦ୍ରପୁର,ପାଟଣା ସହ ଅନ୍ୟାନ୍ୟ ଗ୍ରାମରୁ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ ।