Photo For The News Of Nutan Bigraha

ଗୁପ୍ତେଶ୍ୱର ମହାଦେବଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସମାରୋହ

State

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ଭୁଗୁପୁର ଛକରେ ଗୁପ୍ତେଶ୍ୱର ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ପାଂଚ ଦିବସ ଧରି ଅନୁଷ୍ଠିତ ହୋଇଯାଇଛିା ପ୍ରାରମ୍ଭରେରେ ଗ୍ରାମ ପୁଷ୍କରଣୀରୁ ଘଟ ଉତ୍ତୋଳନ କରାଯାଇ ଗ୍ରାମ ପରିକ୍ରମା କରି ପୂଜା ସ୍ଥଳକୁ ଅଣା ଯାଇଥିଲ।। ପୂଜକ ଶମ୍ବୁନାଥ ତ୍ରିପାଠୀ, ବସନ୍ତ ଦାଶ ମହାରାଜ, ନିତ୍ୟାନନ୍ଦ ବାବା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ସୂର୍ଯ୍ୟ ପୂଜା, ଗୋ ପୂଜା, କଳସ ପୂଜା, ଶିବଙ୍କ ସହସ୍ର ନାମ ସମେତ ବିଭିନ୍ନ ପୂଜା ଅନୁଷ୍ଠିତ ହୋଉଥିବା ବେଳେ ଶନିବାର ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଗଣିଜାଙ୍ଗ, ରାମକୃଷ୍ଣ ପୁର ପଞ୍ଚାୟତର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ । ଏହି ପଂଚ ଦିବସୀୟ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରବଚକ ନିରାକାର ଗାହାଣ ଓ ପ୍ରତିମା ପଣ୍ଡା ମହାଦେବଙ୍କ ଅଲୌକିକ ଗାଥା ବିଷୟରେ ପ୍ରବଚନ ମାଧ୍ୟମରେ ଶ୍ରୋତାମାନଙ୍କୁ ଶୁଣାଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାମହରି ଦାସ, ଚନ୍ତାମଣି ବିଶ୍ୱାଳ, ସୁଦାମ ଖିଲାର, ଅରୁଣ କୁମାର ପରିଡ଼ା, ରେବତୀ ପଣ୍ଡା,ଲକ୍ଷ୍ମୀପ୍ରିୟା ପରିଡ଼ା, ସସ୍ମିତା ପରିଡ଼ା ସମେତ ସମସ୍ତ ଅଂଚଳବାସୀ ସହଯୋଗ କରିଥିଲେ ।