ଦୁଇ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ବ ମିଳିଲା । ମାନସୀ ନିମ୍ଭାଲ ହେଲେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ । ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ମାନସୀ ନିମ୍ଭାଲଙ୍କୁ ନିଯୁକ୍ତି ମିଳିଛି । ଷ୍ଟଡି ଲିଭରୁ ଫେରିବା ପରେ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ସରକାର । ଏଥିସହ ସେ ଓଡ଼ିଶା ପର୍ଯ୍ୟଟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।
ପୂର୍ବରୁ ପର୍ଯ୍ୟଟନ ବିଭାଗ ଓଟିଡିସି ଦାୟିତ୍ବରେ ଥିବା ସମର୍ଥ ବର୍ମାଙ୍କୁ ଏଥିରୁ ଅବ୍ୟାହତି ଦିଆଯାଇଛି । ଏବେ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ନିର୍ଦ୍ଦେଶକ ଭାବେ ସମର୍ଥ ବର୍ମା ଦାୟିତ୍ବ ସମ୍ଭାଳିବେ । ଏହାବାଦ ସେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।