Ww

ସି ପି ଆଇ ତରଫରୁ ଗହ୍ମାପୁର ଶାଖା ସମ୍ମିଳନୀ ଅନୁଷ୍ଠିତ

State

ବାରିପଦା : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ବିଧାନମତେ ଆଜି ବାଙ୍ଗିରିପୋଷି ଜୋନ୍ ର ଗହ୍ମାପୁର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ମହିଳା ସାଥୀ ଚିତ୍ରମଣି ସିଂ ପତାକା ଉତ୍ତୋଳନ କରିଥିଲେ।ସାଥୀ ଶମ୍ଭୁ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀକୁ ଉଦଘାଟନ କରି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର କହିଲେ ସର୍ବ ନିମ୍ନ ମଜୁରୀ ଆଇନ୍ କାର୍ଯକାରୀ ନ ହେବା ଯୋଗୁ ଶ୍ରମିକ ଶୋଷିତ ହେଉଛି, ମନରେଗା ଯୋଜନାରେ କାମ ନାହିଁ, ସାମାଜିକ ସୁରକ୍ଷା ବିପର୍ଯ୍ୟସ୍ତ, ବାହୁବଳୀ ରାଜନେତାଙ୍କ ଯୋଗୁଁ ଏ ଅଞ୍ଚଳରେ ପ୍ରାକୃତିକ ସମ୍ପଦର ଅବାଧ ଲୁଟ୍ ବିକାଶ ନାମରେ ବିନାଶକୁ ଆମନ୍ତ୍ରଣ କରିଛି। ଜଙ୍ଗଲ ଜମିର ଅପବ୍ୟବହାର ଆଦିବାସୀମାନଙ୍କ ସୁରକ୍ଷା ତଥା ପରିବେଶ ପ୍ରଦୂଷଣ ପାଇଁ ଖୋରାକ ଯୋଗାଇଛି। ମଣିଷ ମଣିଷ ଭଳି ବଞ୍ଚିବାର ରାହା ଖୋଜୁଛି। ମିଳିତ ଭାବେ ଏ ସବୁକୁ ସାମ୍ନା କରିବା ପାଇଁ ସାଂଗଠନିକ ସ୍ଥିତ ସୁଦୃଢ ହେବା ଆବଶ୍ୟକ। ଜୋନ୍ ସମ୍ପାଦକ ସାଥୀ ରଥ ସିଂ, ଅତିଥି ସାଥୀ ପ୍ରତାପ ନାଏକ ବକ୍ତବ୍ୟ ରଖି ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବାକୁ ଆହ୍ବାନ ଦେଇଛନ୍ତି। ସାଥୀ ଶ୍ୟାମଲେନୁ ସିଂ ଶାଖା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ନାଥ ସିଂ, ହୀରା ଲାଲ୍ ସିଂ,ସୋମବାରି ସିଂ,ସୁରମି ସିଂ, ରୀନା ପୂର୍ତ୍ତି, ତୁଳସୀ, ରିନ୍ତି ସିଂ, ବାସନ୍ତୀ ସିଂ, ସୁଭଦ୍ରା ସିଂ, ଜୟନ୍ତି ସିଂ,ଗେଡୀ ସିଂ, କାର୍ତ୍ତିକ ସିଂ ପ୍ରମୁଖ ସାଥୀମାନେ ଉପସ୍ଥିତ ଥିଲେ