Nadda

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ ନଡ୍ଡା

State

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମହାପ୍ରଭୁଙ୍କ ଦର୍ଶନ ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀ ମନ୍ଦିର ପରିଦର୍ଶନ କରିଛନ୍ତି ।

ଏହି ଅବସରରେ ନଡ୍ଡା କହିଛନ୍ତି ଯେବେ, ପୁରୀ ଆସି ଜଗନ୍ନାଥ ଦର୍ଶନ କରିବା ପରେ କାମ କରିବାକୁ ନୂଆ ଉର୍ଜା ମିଳେ । ସୃଜନ ହୋଇଥାଏ । ପ୍ରାର୍ଥନା କରିଛି ମୁଁ ଓ ମୋର ଦଳ, ଦେଶର କଲ୍ୟାଣ ତଥା, ବିକଶିତ ଭାରତ ପାଇଁ କାମ କରିବୁ । ସବକା ସାଥ,ସବକା ବିକାଶ ଆହ୍ବାନ ନେଇ ସମସ୍ତ କାର୍ଯ୍ୟକର୍ତ୍ତା ସମାଜ ମଙ୍ଗଳ ପାଇଁ କାମ କରିବେ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନାଯୋଗ୍ୟ, ଦୁଇଦିନଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ସେ ଗୁରୁବାର ସାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ଏହାପରେ ସେ କୋଣାର୍କ ଯାଇ ରାତ୍ରିଯାପନ କରିଥିଲେ । ଶୁକ୍ରବାର ନଡ୍ଡା ପୁରୀରେ ହେବାକୁ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।