Cuttack Story

ଆପାର୍ଟମେଣ୍ଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର

State

କଟକ : କଟକ ବାଦାମବାଡ଼ି ଅଞ୍ଚଳରେ ଚାଞ୍ଚଲ୍ୟ ।   ଆପାର୍ଟମେଣ୍ଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର ।  ବିକାଶଭବନ ନିକଟସ୍ଥ ଏକ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ବାପାଙ୍କ ମୃତଦେହ ଉଦ୍ଧାର ହୋଇଛି ।  ନିକଟରେ ନାବାଳିକା ଝିଅର ମୃତଦେହ ମିଳିଥିଲା ।  ଆପାର୍ଟମେଣ୍ଟରେ ବାପା ଝିଅ ଭଡ଼ାରେ ରହୁଥିଲେ ।  ମୃତକ ହେଲେ ମାନସ ରଞ୍ଜନ ଦାସ ଓ ତାଙ୍କ ଝିଅ ।

ଝିଅର ମାନସିକ ସ୍ଥିତି ଠିକ ନଥିଲା । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ ପଠାଯାଇଛି ।  ବାଦାମବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।  ମୃତକଙ୍କ ମୋବାଇଲକୁ ଯାଞ୍ଚ କରୁଛି ପୋଲିସ । ଶେଷଥର ପାଇଁ କାହା ସହ ଫୋନରେ କଥା ହୋଇଥିଲେ ମାନସ ।  ନିଜ ଝିଅକୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ପୋଲିସ ତଦନ୍ତ କରୁଛି ।