Cm Uttam

ଉତ୍ତମଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର: ଆଉ ନାହାନ୍ତି ସେ ସହରୀ ବାଘ । ପ୍ରିୟଜନ ଏବଂ ପ୍ରଶଂସକଙ୍କୁ ବିଦାୟ ଦେଇ ଆଜି ଚିରନିଦ୍ରାରେ ସୋଇଯାଇଛନ୍ତି ୯୦ ଦଶକର ସରପଞ୍ଚ ବାବୁ ତଥା ଓଲିଉଡ ଦୁନିଆର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ଏବେ ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଅନ୍ତିମ ବିଦାୟ ଦେଉଚନ୍ତି, ପ୍ରିୟଜନ ଏବଂ ପରିବାରବର୍ଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ଶେଷ ଦର୍ଶନ କରିବା ସହ ଅମରଆତ୍ମାର ସଦଗତି ପାଇଁ କାମନା କରିଛନ୍ତି । ଏଥିସହିତ ଏଭଳି ଦୁଃଖଦ ସମୟରେ ଉତ୍ତମଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୟରେ ଉତ୍ତମଙ୍କ ସହ ଥିବା ତାଙ୍କର କିଛି ସ୍ମୃତି ମଧ୍ୟ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେତେବେଳେ ୨୦୦୮-୦୯ରେ ମୁଖ୍ୟମନ୍ତ୍ରୀ ବିଧାୟକ ଭାବେ କାର୍ଯ୍ୟକରୁଥାନ୍ତି, ସେତେବେଳେ ଉତ୍ତମ କୌଣସି ସିରିୟଲ ସୁଟିଂ ପାଇଁ, ତାଙ୍କ ପରିବାରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କ୍ବାଟରକୁ ଯାଇଥିଲେ ଏବଂ ସେଠି ତାଙ୍କ ସହ ଭେଟିବାର ସୁଯୋଗ ମିଳିଥିଲା । ସେ ବହୁତ ବଡ କଳାକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେବେ ବର୍ତ୍ତମାନ ଉତ୍ତମଙ୍କ ଶେଷ ଦର୍ଶନ ଚାଲିଥିବା ବେଳେ ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନରେ ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଅନ୍ୟପଟେ ଆଜି ଉତ୍ତମଙ୍କ ବିୟୋଗରେ କାନ୍ଦୁଛି ଓଡିଶା । ରାଷ୍ଟ୍‌ରପତିଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ ବ୍ୟକ୍ତି, ଓଲିଉଡ ଷ୍ଟାର, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମେତ ଗଭୀର ଶୋକ ପ୍ରକାଶ କରିଛନ୍ତି ।