Img 20250227 Wa0143

ପବିତ୍ର ମହାଶିବରାତ୍ରି ଅବସରରେ ସମ୍ବର୍ଦ୍ଧନା ଉତ୍ସବ

State

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ ନମ୍ବର ୱାର୍ଡର ବୁଢ଼ୀଖମାରୀ ଶାସନ ସ୍ଥିତ ବାବା ଜୀବନେଶ୍ୱର ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ପୂଜା ପାଇ ଆସୁଥିବା ମହାଦେବଙ୍କ ମନ୍ଦିରର ଏକଦା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସ୍ବର୍ଗତ ରତିକାନ୍ତ ଦାଶ, ସ୍ବର୍ଗତ ବନବିହାରୀ ଦାଶ, ସ୍ବର୍ଗତ ତନ୍ମୟ କୁମାର ଦାଶ, ସ୍ବର୍ଗତ ରଘୁନାଥ ସେଠି, ସ୍ବର୍ଗତ ଅରୂପ କୁମାର ବେହେରା, ସ୍ବର୍ଗତ କାମିନୀକାନ୍ତ ମିଶ୍ର, ସ୍ବର୍ଗତ ଜଗନ୍ନାଥ ମିଶ୍ର ପ୍ରମୁଖ ୭ ଜଣଙ୍କ ଅବର୍ତ୍ତମାନରେ ତାଙ୍କ ପରିବାରବର୍ଗଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ କରାଯାଇଛି I ସ୍ଥାନୀୟ କାଉନସିଲର ସୁକେଶିନୀ ସେଠୀଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନଗରପାଳ କୃଷ୍ଣI ନନ୍ଦ ମହାନ୍ତି, ଶିକ୍ଷାବିତ ବିପ୍ଳବ ଭୁଗୁଡେଇ, ଗୌରବ ମୋଦି ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ସମସ୍ତଙ୍କର ପରିବାରର ସୁଖ ସଂବୃଦ୍ଧି ପାଇଁ ବାବାଙ୍କ ନିକଟରେ ପ୍ରାର୍ଥନା କରିଥିଲେ I ତତସହିତ ବର୍ତମାନ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଦେବରାଜ ମିଶ୍ର, ଲିଙ୍ଗରାଜ ମିଶ୍ର, କିଶୋର କୁମାର ମିଶ୍ର, ସରୋଜ କୁମାର ମିଶ୍ର, ଲାଲମୋହନ ଆଚାର୍ଯ୍ୟ, ସ୍ବପ୍ନବ୍ରତ ଷଢଙ୍ଗୀ, ରମେଶ ଚନ୍ଦ୍ର ଷଢଙ୍ଗୀ, ମିନାକ୍ଷୀ ମିଶ୍ର, ସୁମିତା ଦାଶ, ଚିନ୍ମୟ କୁମାର ମିଶ୍ର, ବିକ୍ରମ ଷଢଙ୍ଗୀ, ତପନ କୁମାର ଷଢଙ୍ଗୀ, ସଚିନ୍ଦ୍ର କର, ରମାନାଥ ମିଶ୍ର, ସତ୍ୟମ ଷଢଙ୍ଗୀ ଓ ଦେବୀଦତ୍ତ ମିଶ୍ରଙ୍କୁ ମଧ୍ୟ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ତଥା ଝୋଟି, ମ୍ୟୁଜିକ ଚେୟାର ଓ ନୃତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I ନଗରପାଳ ଶ୍ରୀ ମହାନ୍ତି, ଶିକ୍ଷାବିତ ଶ୍ରୀ ଭୁଗୁଡେଇ, ଶିକ୍ଷକ ସୋମନାଥ ସିଂହ, ଶ୍ରୀ ମୋଦିଙ ଓ କାଉନସିଲର ଶ୍ରୀମତୀ ସେଠିଙ୍କୁ କମିଟି ତରଫରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ସମେତ ଅମର କୁମାର ସେଠି, ଦୀପକ ମିଶ୍ର, ରବି ବେହେରା, ଆମ୍ବି ମହାପାତ୍ର କ୍ଷୀରୋଦ ଭୂୟାଁ ଓ ବାବୁ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I