Ss

ବାଇକ୍ ସହ ଟ୍ରାକ୍ଟର ମୁହାଁମୁହିଁ, ବାଇକ୍ ଆରୋହୀ ମୃତ; ଭାରସାମ୍ୟ ହରାଇ ୧୨ ଫୁଟ ରାସ୍ତା ତଳକୁ ଖସିଲା ଟ୍ରାକ୍ଟର

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଵହଳଦା ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ ପାଖରେ ବାଇକ୍ ସହ ଟ୍ରାକ୍ଟର ଧକ୍କା ଘଟଣାରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।ଘଟଣାଟି ଅପରାହ୍ନରେ ଦୁଇଟା ପରେ ଘଟିଛି ।ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାର ୧୨ ଫୁଟ ତଳକୁ ଖସି ଯାଇଛି । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଯେନା,ଏସଡିପିଓ ଗୋକୁଳାନନ୍ଦ ସାହୁ, ମାଜିଷ୍ଟ୍ରେଟ ଦାୟିତ୍ବରେ ଵହଳଦା ତହସିଲଦାର ଭକ୍ତବନ୍ଧୁ ପ୍ରଧାନ ,ତିରିଂ ଥାନାଧିକାରୀ ,ଵହଳଦା ଭାରାପ୍ରାପ୍ତ ଥାନାଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତକ ହେଉଛନ୍ତି ନିମଡିହି ଗ୍ରାମର ରାଜୀବ ମିଶ୍ର (୪୭) । ମୃତ୍ୟୁ ଘଟଣା ନେଇ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଏବଂ ପରିବାର ତରଫରୁ ଚାପା ଉତ୍ତେଜନା ଲାଗି ରହିଥିଲା । ପୋଲିସ ପିଡିତ ପରିବାର ଏବଂ ଅଂଚଳ ବାସୀଙ୍କ ସହ ଆଲୋଚନା ପରେ ଘଟଣା ଶାନ୍ତ ପଡିଥିଲା l ।ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଛନ୍ତି । ରେଡ଼କ୍ରସ ପାଣ୍ଠିରୁ ସହାୟତା ରାଶି ପାଇଁ ୧୦ ହଜାର ଟଙ୍କା ପ୍ରତିଶ୍ରୁତି ଦେଇଛନ୍ତି ।