Ee

ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଥିବା ପୀଠରେ ମହାଶିବରାତ୍ରୀ

State

ଆଗରପଡ଼ା :ପ୍ରତିଥର ପରି ଏଥର ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଥିବା ଶୈବ ପୀଠ ଗୁଡ଼ିକ ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇଉଠିବା ସହ ଶହଶହ ବ୍ରତଧାରୀ ଉଜାଗର ହୋଇ ଦୀପ ଜାଳି ମନ୍ଦିର ପରିସରରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଭକ୍ତି ଭାବରେ ବସି ରହିଥିଲେ । ଏହି ପର୍ବ ଉପଲକ୍ଷେ ମନ୍ଦିର ଗୁଡ଼ିକୁ ଆଲୋକମାଳାରେ ଆକର୍ଷଣୀୟ ଭାବେ ସାଜ୍ଜସଜ୍ଜା କରାଯାଇଥିଲା । ବହୁ ଶ୍ରଦ୍ଧାଳୁ ସଂଧ୍ୟା ସମୟରେ ଶିବଙ୍କୁ ଦର୍ଶନ କରିଥିଲେ । ଏହା ଛଡ଼ା ପ୍ରତି ସ୍ଥାନରେ ଭଜନ, କିର୍ତ୍ତନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ସହିତ ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ଆଗରପଡ଼ା ସ୍ଥିତ ଅଣିଜୋରେ ସିନ୍ଧୁକେଶ୍ୱର,ବିଟିପୁରରେ ରାମେଶ୍ୱର,ପୁରୁଷଣ୍ଢରରେ ପାରକେଶ୍ୱର,ତ୍ରିସାଲିଆରେ ସୁବର୍ଣ୍ଣେଶ୍ୱର,ଅଡ଼ାଳପଙ୍କର ରାମେଶ୍ୱର, କପିଳେଶ୍ୱର, ଆଡ଼ିଆର ଆରଡ଼େଶ୍ୱର, ଜିରିଣା ଆଦି ସ୍ଥାନରେ ପୂଜା ପାଉଥିବା ଶୈବ ପୀଠ ଗୁଡ଼ିକରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ସେଇପରି ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ସ୍ଥିତ କପିଳେଶ୍ୱରମହାଦେବ ପୀଠ ରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା ଏହି ଶୈବ ପୀଠରେ ଦୀର୍ଘ ବର୍ଷ ହେବ ଏଇ ସ୍ଥାନରେ ଜାଗାର ଯାତ୍ରା ତିନି ଦିବସ ଧରି ପାଳନ ହେଉଥିବା ବେଳେ, ପ୍ରାରମ୍ଭରେ ଗ୍ରାମ୍ୟ ପୁଷ୍କରିଣୀରୁ ୧୧ ଗୋଟି କଳସ ଉତ୍ତୋଳନ କରା ଯାଇ ଗ୍ରାମ ବଜାର ପରିକ୍ରମା କରି ଯଜ୍ଞ ସ୍ଥଳକୁ ଅଣା ଯାଇଥିଲା । ପୂଜାରୀ ପିତାମ୍ବର ମିଶ୍ର, ମୂଷା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅଧିବାସ, ରାଜାଅଭିଷେକ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସହିତ ସମସ୍ତ ପୂଜା କାର୍ଯ୍ୟ ସମ୍ପୂର୍ଣ ସମ୍ପାଦନ କରିଥିଲେ । ପୂଜାରେ କର୍ତ୍ତା ମାନସ ରଞ୍ଜନ ମହାପାତ୍ର, ଦେବସ୍ମିତା ମହାପାତ୍ର କାର୍ଯ୍ୟ ତୁଲାଇ ଥିବା ବେଳେ ଭାସ୍କର ମହାପାତ୍ର, ଉମାକାନ୍ତ ରାଉଳ, ରଘୁନାଥ ରାଉଳ, ବଳରାମ ନାୟକ, ରାଧେଶ୍ୟାମ ନାୟକ, ରବୀନ୍ଦ୍ର ସେଠି, ଦୁର୍ଗାପ୍ରସନ ମହାପାତ୍ର, ସୁଧାଂଶୁ ଶେଖର ମହାପାତ୍ର, ଅଶୋକ ସେଠି ସମେତ ସମସ୍ତ ଗ୍ରାମବାସୀ ସମସ୍ତ ପୂଜା କାର୍ଯ୍ୟ କୁ ସମାପନ କରିଥିଲେ । ରାତ୍ର ପ୍ରାୟ୧୧ ଘଟିକା ସମୟରେ ମହାଦୀପ ଉଠିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

ସେହିପରି ଓଡ଼ଙ୍ଗ ପଂଚାୟତ ବୋଡ଼କପାଟଣା ବୋଡ଼କେଶ୍ୱର ମହାଦେବ ପୀଠ ରେ ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ସମାଗମ ହୋଇଥିଲା । ଏହି ଶୈବ ପୀଠ ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବ ପୀଠ । ପୂଜାରୀ କୁଳମଣି ନନ୍ଦ, ଆଦିକନ୍ଦ ନନ୍ଦ ସମସ୍ତ ପୂଜା କାର୍ଯ୍ୟ ତୁଲାଇ ଥିଲେ । ଏହି ଶୈବ ପୀଠରେ ଏକ ଅଲୌକିକ ଶୈବ ପୀଠ ଏହି ଶୈବ ପୀଠ ପୁଷ୍କରିଣୀରେ ବୁଡ଼ ପକାଇଲେ ବିଭିନ୍ନ ରୋଗ ଯନ୍ତ୍ରଣା ଦୂର ହୁଏ ବୋଲି ଗ୍ରାମବାସୀ ମତ ବ୍ୟକ୍ତ କରିଥିଲେ । ଏଥି ସହିତ ମହାଦେବ ଙ୍କ ନିକଟରେ ମାନସିକ ରଖିଲେ ମାନସିକ ପୂରଣ ହୋଇଥାଏ । ସେହିପରି ବୃନ୍ଦାବନପୁର ବାବାମଣିଙ୍କ ଶୈବ ପୀଠ ଠାରେ ଜାଗର ଓ ମହାଶିବ ରାତ୍ରି ପୂଜା ଅନୁଷ୍ଠିତ ହୋଇ ଯାଇଛି । ପଣ୍ଡିତ ଗୋପବନ୍ଧୁ ଦାଶ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ, ପୂଜା କାର୍ଯ୍ୟରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ଗଣିଜାଙ୍ଗ ଶାସନ ସ୍ଥିତ ଭକ୍ତେଶ୍ୱର ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ, ପୂଜା ଓ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀ ସହଯୋଗ କରିଥିବା ବେଳେ, ପରିଶେଷରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ବନ୍ତ ବ୍ଲକରେ ବିଭିନ୍ନ ଶୈବ ପୀଠରେ ଆଜି ଜାଗର ଓ ମହାଶିବ ରାତ୍ରି ଧୂମଧାମରେ ଅନୁଷ୍ଠିତ ହୋଇଛି ।