ଆଗରପଡ଼ା :ଜଳଙ୍ଗା ଜହତା ଗ୍ରାମରେ ଅବସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ମଳୟ କୁମାର ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇଥିଲେ ଅନ୍ୟତମ ଅତିଥି ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୁରେନ୍ଦ୍ର କୁମାର ମଲ୍ଲିକ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଲଷ୍ମୀଧର ପଣ୍ଡା, ସମାଜସେବୀ ଚକ୍ରଧର ଜେନା, ସନାତନ ପାଣିଗ୍ରାହୀ,ଶିକ୍ଷାକେନ୍ଦ୍ରର ସଭାପତି ରମାକାନ୍ତ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ଚିତ୍ତରଞ୍ଜନ ଦାସ ଯୋଗ ଦେଇଥିବା ବେଳେ । ପ୍ରାରମ୍ଭରେ ଶ୍ରୀମା ଅରବିନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଉଦ୍ଘାଟନ କରିଥିଲେ ଅତିଥି । ଶିକ୍ଷାକେନ୍ଦ୍ରର ସମ୍ପାଦକ ଜୟନ୍ତୀ ବାଳା ପଣ୍ଡା ଅତିଥି ପରିଚୟ, ବାର୍ଷିକ ବିବରଣୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଧନ୍ୟବାଦ ଅର୍ପଣ ସମାଜସେବୀ ପିତାମ୍ବର ସାହୁ ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡାରେ ଉର୍ତ୍ତୀନ୍ନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଶିକ୍ଷାକେନ୍ଦ୍ରର ପ୍ରତିମା ପଣ୍ଡା, ନିବେଦିତା ଜେନା, ନିତୁ ସାମଲ, ଫରତୁନ ଖାତୁନ, ସୋମି ମହାକୁଡ଼, ଲିଜା ନାୟକ ସମେତ ପରିଚାଳନା କମିଟି ଓ ଅଭିଭାବକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
