Akash

ପ୍ରେମ ପ୍ରତାରଣା କରି ଗିରଫ ହେଲେ ବ୍ୟବସାୟୀ ଆକାଶ ଅଗ୍ରୱାଲ

State

ବରଗଡ: ବରଗଡର ଜଣେ ଜଣଶୁଣା ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ନିଜେ ବିବାହିତ ହୋଇଥିଲେ ବି ଅନ୍ୟ ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ପାଖରେ ଆଣି ରଖିଥିଲେ । ବର୍ଷ ବର୍ଷ ଧରି ଶାରୀରିକ ସଂପର୍କ ରଖିବା ପରେ ସେ ଧୋକା ଦେଇଥିବା ନେଇ ପିଡିତା ମହିଳା ବରଗଡ ଟାଉନଥାନାରେ ଏତଲା ଦେଇଛନ୍ତି ।

ପୋଲିସ ଏତଲାକୁ ଭିତ୍ତି କରି କେସ ନଂ ୯୨ରେ ମାମଲା ରୁଜୁ କରି ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ମହିଳାଙ୍କ ଲିଖିତ ଅଭିଯୋଗରୁ ଯାହା ଜଣାପଡିଛି, ଗତ ୨୦୧୨ ମସିହାରେ ଆକାଶ ଓ ମହିଳାଙ୍କ ସହ ଦେଖା ହୋଇଥିଲା । ତେବେ ଭୁବନେଶ୍ୱରର ମହିଳା ଜଣକ ହୋଇଥିବା ବେଳେ ତାଙ୍କ ସହ ଧିରେ ଧିରେ ପ୍ରେମ ସଂପର୍କ ଗଢିଉଠିଥିଲା ହେଲେ ତାହା ଥିଲା ପ୍ରତାରଣାର ପ୍ରେମ ।

ଏହା ମଧ୍ୟରେ ଗତ ୨୦୨୨ ମସିହାରେ ସେ ବିବାହ କରିବେ କହି ବରଗଡକୁ ମହିଳାଙ୍କୁ ଡାକିଥିଲେ ଆକାଶ । ପରେ ଏକ ଘରୋଇ ହୋଟେଲରେ ତାଙ୍କୁ ରଖି ବହୁ ଦିନ ଧରି ଶାରିରୀକ ସଂପର୍କ ରଖିଥିଲେ । କିନ୍ତୁ ଏବେ ପ୍ରତାରଣା କରିଥିବା ଉଲ୍ଲେଖ କରିଛନ୍ତି ମହିଳା ଜଣକ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।