Youth 1

ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା

State

ବଲାଙ୍ଗୀର: ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା । ୧୦୦ ଫୁଟ ଇଲେକ୍ଟ୍ରି ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ ।  ବଲାଙ୍ଗୀର ଖମାରମୁଣ୍ଡା ଗାଁରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯୁବକ ଜଣକ ଖମାର ମୁଣ୍ଡା ଗାଁର ଶୀଧେଶ୍ୱର ଭୋଇ ।  ତାଙ୍କୁ ଉଦ୍ଧାର କରିବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ନାକେଦମ୍ ହୋଇପଡିଲାଣି । ତେବେ କଣ ପାଇଁ ସେ ଏପରି କରିଛନ୍ତି ଜଣାପଡିନାହିଁ । ପୂର୍ବରୁ ବି ଥରେ ଏଭଳି କାଣ୍ଡ ଭିଆଇଥିଲେ ଯୁବକ।

ସେହିପରି ଗତକିଛି ଦିନ ତଳେ କେନ୍ଦୁଝରରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା । ୧୩୨ଫୁଟ୍ ଉଚ୍ଚ ବିଦ୍ୟୁତ୍ ଟାୱାର ଉପରେ ଚଢି ଶୋଇଲେ ଯୁବକ । ଯାହା ଫଳରେ ନାକେଦମ୍ ହୋଇଥିଲେ ଲୋକେ । ବହୁ ଡକାଡକି ପରେ ବ୍ୟକ୍ତି ଜଣଙ୍କ ତଳକୁ ଓହ୍ଲାଇଲେ ।