Cuttack Death

ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ, ଆମ୍ବୁଲାନ୍ସ ଛାଡ଼ିଲେନି ଉତ୍ୟକ୍ତ ଲୋକ

State

କଟକ : ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ।  ଆଠଗଡ଼ ଖୁଣ୍ଟୁଣୀ ରାଣୀ ବଣିଆ ସ୍ଥିତ ଆଦର୍ଶ କାରାଗାରରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି ।  ମୃତକ ଜଣକ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗାଁର ତୟାବ ଖାଁ ।  ଗତକିଛି ଦିନ ତଳେ ଏକ ମାମଲାରେ ଗିରଫ ହୋଇ ରାଣୀ ବଣିଆ କାରାଗାରରେ ରହିଥିଲେ ।

ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିବା ପରେ ପରିବାରଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।  ପ୍ରତିବାଦରେ ଆଠଗଡ଼ ଖୁଣ୍ଟୁଣୀ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥ ପଙ୍କାଳ ଛକ ନିକଟରେ ଅବରୋଧ କରିଛନ୍ତି ।  ଏପରିକି ଆମ୍ବୁଲାନ୍ସ ଛାଡ଼ିଲେନି ଉତ୍ୟକ୍ତ ଲୋକ ।  ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକ ବୁଝାସୁଝା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।