Lingaraj

ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପ୍ରବଳ ଭିଡ଼, ୨ ମହିଳା ଭକ୍ତ ଆହତ

State

ଭୁବନେଶ୍ୱର: ଆଜି ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ଏହି ଅବସରରେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ଆକଳନଠୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଛି । ପ୍ରବଳ ଭିଡ଼ ଯୋଗୁଁ ମୁଖ୍ୟ ପ୍ରବେଶ ଦ୍ବାର ସିଂହଦ୍ବାର ନିକଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି ।

ଅଧିକ ଭକ୍ତଙ୍କ ଯୋଗୁ ଭିଡ଼ ନିୟନ୍ତ୍ରଣ ସାମାନ୍ୟ କଷ୍ଟ ହୋଇଛି । ସାହାଣମେଳା ଦର୍ଶନ ପରେ ବ୍ୟବସ୍ଥିତ ହୋଇଯିବ ଭିଡ଼ । ଏନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ଚଞ୍ଚଳ ରାଣ ।