Photo Of Indirapriyadarsini School Annual Function

ଇନ୍ଦିରାପ୍ରିୟଦର୍ଶନୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ

State

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଚାୟତ ରୁପୁଡ଼ି ସ୍ଥିତ ଇନ୍ଦିରାପ୍ରିୟଦର୍ଶନୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ,ପରିଚାଳନା କମିଟି ସଭାପତି ଅଜୟ କୁମାର ଜେନା, ଶିକ୍ଷକ ମମତା ମହାନ୍ତି, ରମାକାନ୍ତ ବେହେରା ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ିଦ୍ୟାଳୟର ବିଭିନ୍ନ କ୍ରୀଡ଼ାରେ ସମସ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ପ୍ରଥମ, ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସରସ୍ୱତୀ ବେହେରା, କଳ୍ପନା ରାଉତ, ବିଜୟଲକ୍ଷ୍ମୀ ରାଉତ, ରାଜଲକ୍ଷ୍ମୀ ଦାସ, ସୁମିତ୍ରା ଜେନା, ମାଳତୀ ମୁଣ୍ଡା ଙ୍କ ସମତେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।