ସମ୍ବଲପୁର: ୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟକୁ ଗିରଫ କଲା ଧନୁପାଲି ଥାନା ପୋଲିସ। ସନ୍ତୋଷକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ସୁଧ ଲୋଭ ଦେଖାଇ ୧୨୦୦ କୋଟି ଟଙ୍କା ଠକେଇ କରିଥିଲା ସନ୍ତୋଷ ।
ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନୀ ଠାରେ ଏକ ଅର୍ଥଲଗାଣକାରୀ ସଂସ୍ଥା ମାସିକ ସୁଧ ଯୋଜନା କରି ଟଙ୍କା ନେଉଥିଲା। ମାସିକ ୩ ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ବର୍ଷ ଶେଷରେ ଜମା ମୂଳ ଧନ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ୪୦୦ରୁ ଊର୍ଦ୍ଧ୍ବ ଜମାକାରୀଙ୍କ ଠାରୁ ସୁଧ ଲୋଭ ଦେଖାଇ ୧ ହଜାର କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସଂସ୍ଥା ମୁଖ୍ୟ ସନ୍ତୋଷ ଆଚାର୍ଯ୍ୟ ଫେରାର ହୋଇଯାଇଥିଲେ । ଏନେଇ ଠକେଇର ଶିକାର ବ୍ୟକ୍ତି ଗତ ୧୬ ତାରିଖରେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସନ୍ତୋଷଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।